ରାଉରକେଲା:3//10,(ଉତ୍କଳ ସମାଚାର) ବସ୍ତିଆ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ଆଜି ଗାନ୍ଧୀ ଜୟନ୍ତୀ ଏବଂ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବସ୍ତିଆ ମେମୋରିଆଲ୍ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଇଂଜିନିୟର ଗୌତମ ମିଶ୍ର ଯୋଗଦେଇ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ପରେ ମେମୋରିଆଲ ଟ୍ରଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପୁଷ୍ପାର୍ପଣ କଲିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ବସ୍ତିଆ ମେମୋରିଆଲ୍ ଟ୍ରଷ୍ଟର ଚିଫ୍ ଆକାଉଣ୍ଟ ଅଫିସର ମନମୋହନ ରଥ, ଆଡମିନିଷ୍ଟ୍ରେଟିଭ୍ ଅଫିସର ଦେବେନ୍ଦ୍ର କୁମାର ମିଶ୍ର, ପିଡିଆଇଏସର ଉପାଧ୍ୟକ୍ଷ ମନୋଜ କୁମାର କର, ରାଉରକେଲା ପ୍ରାଇଭେଟ୍ ଆଇଟିଆଇ ଉପାଧ୍ୟକ୍ଷ ତୁଷାରକାନ୍ତି ଘୋଷଙ୍କ ସମେତ ନିହାରବାଳା ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ସମ୍ପାଦିକା ଶ୍ରୀମତୀ ନିବେଦିତା ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆହୁତୀ ପ୍ରଧାନ ଉପସ୍ଥିତ ଥିଲେ। ଏହି ଅବସରରେ ବସ୍ତିଆ ମେମୋରିଆଲ୍ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଇଂ ଗୌତମ ମିଶ୍ର ଗାନ୍ଧୀଙ୍କ ସତ୍ଯ, ଅହିଂସା ଏବଂ ଶାସ୍ତ୍ରୀଙ୍କ ଜୀବନ ସଂଘର୍ଷ ବିଷୟରେ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ବସ୍ତିଆ ମେମୋରିଆଲ୍ ଟ୍ରଷ୍ଟର ଆଡମିନିଷ୍ଟ୍ରେଟିଭ୍ ଅଫିସର ଦେବେନ୍ଦ୍ର କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

