ସମ୍ବଲପୁର,୦୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟରେ ନୋଡାଲ କଲେଜ ଭାବେ ସମ୍ବଲପୁର ଜିଲ୍ଲା ଯୁବ ରେଡକ୍ରସ୍ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅଧ୍ୟକ୍ଷା ପ୍ରଫେସର କଳ୍ପନା ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ. ପଞ୍ଚାନନ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଟ୍ରାଫିକ୍ ନିରୀକ୍ଷକ ଦେବେନ୍ଦ୍ର ନାୟକ ଯୋଗ ଦେଇଥିଲେ। ଜିଲ୍ଲା ଯୁବ ରେଡକ୍ରସ୍ର ଆବାହକ ସମ୍ପାଦକ ପ୍ରଫେସର ପବିତ୍ର ମୋହନ ବେହେରାଙ୍କ ସମେତ ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଯୁବ ରେଡକ୍ରସ୍ ପରାମର୍ଶଦାତାମାନେ ଉପସ୍ଥିତ ଥିଲେ।ବୈଠକରେ ଗତ ବର୍ଷ ଜିଲ୍ଲାରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ସହ ଚଳିତ ବର୍ଷର କାର୍ଯ୍ୟକ୍ରମ ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ରେଡକ୍ରସ୍ ୟୁନିଟ୍କୁ ଅଧିକ କ୍ରିୟାଶୀଳ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା।ଅଧ୍ୟକ୍ଷା ପ୍ରଫେସର ମେହେର ସ୍ୱାଗତ ଭାଷଣ ଦେବା ସହ ରେଡକ୍ରସ୍ର ଉଦ୍ଦେଶ୍ୟ ବିଷୟରେ କହିଥିଲେ। ଡ. ନାୟକ ଯୁବ ରେଡକ୍ରସ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ସମାଜସେବାର ଭାବନା ସୃଷ୍ଟି ହେଉଥିବା କହିଥିଲେ। ସ୍ୱେଚ୍ଛାସେବୀମାନେ ପ୍ରାଥମିକ ଚିକିତ୍ସାର ବିଭିନ୍ନ ଦିଗ ସମ୍ପର୍କରେ ଜ୍ଞାନ ରଖିବା ଉଚିତ ବୋଲି ସେ ମତ ଦେଇଥିଲେ।ଟ୍ରାଫିକ୍ ନିରୀକ୍ଷକ ଶ୍ରୀ ନାୟକ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ସଚେତନତାରେ ରେଡକ୍ରସ୍ ସ୍ୱେଚ୍ଛାସେବୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଟ୍ରାଫିକ୍ ନିୟମ ପାଳନ ଓ ସଚେତନତା ପ୍ରସାରରେ ଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ବୋଲି ସେ କହିଥିଲେ।ପ୍ରଫେସର ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହ ରେଡକ୍ରସ୍ ୟୁନିଟ୍ଗୁଡ଼ିକର ସାଂଗଠନିକ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ। ମହିଳା ମହାବିଦ୍ୟାଳୟର ରେଡକ୍ରସ୍ ପରାମର୍ଶଦାତା ଡ. ଦୀପକ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମହାବିଦ୍ୟାଳୟର ରେଡକ୍ରସ୍ ୟୁନିଟ୍ ସଦସ୍ୟ ପୁନମ, ରଶ୍ମିତା ଟପ୍ପୋ, ଡ. ସିଦ୍ଧାର୍ଥ ସାହୁ ଓ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ

