ସମ୍ବଲପୁର,୦୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଜମନକିରା ରେଞ୍ଜ ଅଧୀନ ସିରିଡ଼ ବିଟ୍ର ସିରିଡ଼ ଗାଁରେ ଶୁକ୍ରବାର ରାତିରୁ ‘ରାଜୁ’ ହାତୀର ଉପସ୍ଥିତି ରହିଛି। ହାତୀଟି ଗାଁ ନିକଟରେ ରହିଥିବାରୁ ଶନିବାର ତାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା।ସୂଚନା ପାଇ ବନ ବିଭାଗ ହାତୀର ଗତିବିଧି ଉପରେ ନିରନ୍ତର ନଜର ରଖିଛି। ପ୍ରାୟ ୨୦ରୁ ୨୫ ଜଣ ବନ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ରହି ହାତୀର ଗତିପଥ ନିରୀକ୍ଷଣ କରୁଛନ୍ତି। ଏପର୍ଯ୍ୟନ୍ତ ‘ରାଜୁ’ କାହାରି କୌଣସି କ୍ଷତି କରିନଥିବା ଜଣାପଡ଼ିଛି।ହାତୀଟି ଗାଁ ମଧ୍ୟରେ ରହିଥିବାରୁ ବିଦ୍ୟୁତ୍ ବିଭାଗ ମଧ୍ୟ ସତର୍କତା ଅବଲମ୍ବନ କରିଛି। ଜମନକିରା ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ଗାଁରେ ପହଞ୍ଚି ବିଦ୍ୟୁତ୍ ସଂଯୋଗ କାଟିଛନ୍ତି। ସେମାନେ ହାତୀର ଗତିବିଧି ଉପରେ ନଜର ରଖିବା ସହ ସୁରକ୍ଷା ବ୍ୟବସ୍ଥାରେ ସହଯୋଗ କରୁଛନ୍ତି।ହାତୀକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଥିବାରୁ ସତର୍କତା ଜରୁରୀ ହୋଇପଡ଼ିଛି। ହାତୀ ନିକଟକୁ ନଯିବା ଏବଂ ଭିଡ଼ ନକରିବାକୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି

