ମହାନଗରମୁଖ୍ୟ ଖବରରାଜ୍ୟ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ

ଅତାବିରା ,୨୧/୨ (ଉତ୍କଳ ସମାଚାର) (ଖିରୋଜ ନାୟକ): ବୁଧବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ”ଆନ୍ତର୍ଜାତୀୟ ମାତୃଭାଷା ଦିବସ”ପାଳିତ ହୋଇଯାଇଅଛି।ଏହି ଅବସରରେ ପରିଚାଳନା ସମିତିର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ  ପ୍ରେମାନନ୍ଦ ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କର ଶୁଭକାମନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ  କାଳିଚରଣ ହୋତା ଯୋଗଦେଇ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରି ଶିଶୁ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ସୁଶ୍ରୀ ଜନନୀ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ତରିଆ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁମାନଙ୍କ ଦ୍ବାରା ଅନ୍ତାକ୍ଷରୀ,ଧନ୍ଦା ଆବୃତ୍ତି,ସୁଲିଖନ,ବକ୍ତୃତା, ଲୋକଗୀତ ଓ ପୁସ୍ତକ ପଠନ ପ୍ରତିଯୋଗିତା, ଆଶୁଭାଷଣ,ପ୍ରବନ୍ଧ,ଗଳ୍ପ ଓ କବିତା ରଚନା ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀଙ୍କ ସାହାଯ୍ୟ ଓ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

Leave a Reply

Your email address will not be published. Required fields are marked *