ମହାନଗରମୁଖ୍ୟ ଖବରରାଜ୍ୟ

ଜୟ କିଶାନ୍ ଆନ୍ଦୋଳନ ପକ୍ଷରୁ ସୋହେଲା ରେ କୃଷକ ବିକ୍ଷୋଭ ସମାବେଶ

ସୋହେଲା,୨୨/୨ (ଉତ୍କଳ ସମାଚାର) (ଅଶୋକ କୁମାର ବାଙ୍କ):  କୃଷିକ୍ଷେତ୍ରରେ ବ୍ୟବହୃତ ବିଜୁଳି ସଂପୂର୍ଣ୍ଣ ଛାଡ, ଧାନ ଦର ବୃଦ୍ଧି, କୃଷି ରୁଣ ଛାଡ ସହ ବିଭିନ୍ନ ଦାବିରେ ଜୟ କିସାନ ଆନ୍ଦୋଳନ ସୋହେଲା ବ୍ଲକ ଶାଖା ତରଫରୁ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ  କରାଯାଇଛି। ସୋହେଲା ବ୍ଲକ ର ବିଭିନ୍ନ ଗାଁରୁ ହଜାର ହଜାର କୃଷକ ସୋହେଲା ଥାନା ଛକ ରୁ ଏକ ବିଶାଳ  ଶୋଭାଯାତ୍ରାରେ ବାହାରି  କୃଷିକ୍ଷେତ୍ରରେ ବ୍ୟବହୃତ ବିଜୁଳି ସଂପୂର୍ଣ୍ଣ ଛାଡ କର, ପରିବାର ପିଛା ୩୦୦ ୟୁନିଟ ବିଜୁଳି ବିଲ ଛାଡ କର, ଧାନ କ୍ବିଣ୍ଟାଲ ପ୍ରତି ୧୦୦୦ ଟଙ୍କା ବୋନସ୍ ଦିଅ, କୃଷିରୁଣ ଛାଡ କର ଆଦି ଶ୍ଳୋଗାନ ଦେଇ ତହସିଲ କାର୍ଯ୍ୟାଳୟ ପହଞ୍ଚି ଥିଲେ। ସେଠାରେ ଜୟ କିସାନ ଆନ୍ଦୋଳନ ର  ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ ଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିବାଦ ସଭାରେ ଆନ୍ଦୋଳନ ର ଉଦ୍ଦେଶ୍ୟ ଜ୍ଞାପନ କରି ଜୟ କିସାନ ଆନ୍ଦୋଳନ ର ଜିଲ୍ଲା ସଂପାଦକ ହର ବଣିଆଁ  କହିଥିଲେ ଯେ ଜଳସେଚିତ ଅଞ୍ଚଳର କୃଷକମାନେ ଏକ ନିର୍ଦ୍ଧିଷ୍ଟ ପରିମାଣର ଜଳକର ଦେଇ ଚାଷ କରି କ୍ଷତି ସହୁଥିବା ବେଳେ ଅଣଜଳସେଚିତ ଅଞ୍ଚଳର କୃଷକମାନେ ପ୍ରିପେଡ୍ ସ୍ମାର୍ଟ ମିଟର ରେ ବିଜୁଳି ଦେଇ ଚାଷ କରିବା ଅସଂଭଵ ବୋଲି କହିଥିଲେ। ଏହି ବିକ୍ଷୋଭ ସମାବେଶ ରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଂଗରାଜ ଯୋଗଦେଇ କହିଥିଲେ ଯେ ଏକ ବିଶେଷ ସଂଯୋଗ ରେ ଯେଉଁ ସମୟରେ ପଞ୍ଜାବ ହରିୟାଣା ର କୃଷକ ମାନେ ଦିଲ୍ଲୀ ର ସିଂଘୁ ବୋଡର ରେ  ଧାନ ଦର ବୃଦ୍ଧି, ଏମ୍ ଏସ୍ ପି କୁ ଆଇନଗତ ମାନ୍ୟତା ଦାବିରେ ପୁଣିଥରେ  ଆନ୍ଦୋଳନ କରୁଛନ୍ତି ସେହି ସମୟରେ    ଏହି କାର୍ଯ୍ୟାଳୟ ର ଆୟୋଜନ କରାଯାଉଛି। କିନ୍ତୁ  ଓଡିଶା ର କୃଷକ  ମାନେ ସରକାର ଦ୍ଵାରା ଘୋଷିତ ସର୍ବନିମ୍ନ ସହାୟକ ଦର ପାଇବାରୁ ନାହାନ୍ତି। ଓଡିଶାରେ କୌଣସି ସରକାର ଓଡିଶାର କୃଷକ ମାନଙ୍କୁ ଟଙ୍କାଟିଏ ମଧ୍ୟ ଦେଇ ନାହାଁନ୍ତି। କିନ୍ତୁ ପଡୋଶୀ ରାଜ୍ୟ ଛତିଶଗଡ ରେ ଧାନ କ୍ବିଣ୍ଟାଲ ୩୧୦୦  ଟଙ୍କା ସହ ସୁରୁଖୁରୁ ରେ ବିକ୍ରି କରିପାରୁଛନ୍ତି। କିନ୍ତୁ ଓଡିଶା ର ଧାନ ବିକ୍ରି ବ୍ଯବସ୍ଥା ଅତି ଜଟିଳ ଏବଂ କେନ୍ଦ୍ରୀକରଣ ଯୋଗୁଁ ଚାଷୀ ସମର୍ଥନ ମୂଲ୍ୟ ମଧ୍ୟ ପାଇବାରୁ ନାହାନ୍ତି। ଏପରି ପରିସ୍ଥିତିରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ରେ ରାଜନୈତିକ ଦଳ ମାନେ ଯଦି ତାଙ୍କ ନିର୍ବାଚନୀ ଇସ୍ତାହାର ରେ ସ୍ଵାମିନାଥନ୍ କମିସନ୍ ଅନୁସାରେ ଧାନ ଦର ବୃଦ୍ଧି, କୃଷିକ୍ଷେତ୍ରରେ ବ୍ୟବହୃତ ବିଜୁଳି ସଂପୂର୍ଣ୍ଣ ଛାଡ ରୁଣ ଛାଡ ଏବଂ ଏମ୍ ଏସ୍ ପି କୁ ଆଇନଗତ ମାନ୍ୟତା ଆଦି ପ୍ରସଂଗ ନ ରଖନ୍ତି ତାହେଲେ ଗାଁ କୁ ପ୍ରବେଶ କରି ନ ଦେବାକୁ ଚାଷୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ସୋହେଲା ତହସିଲଦାର ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲା।  ଏହି ବିକ୍ଷୋଭ କାର୍ଯ୍ୟାକ୍ରମ ରେ ଜୟ କିସାନ ଆନ୍ଦୋଳନ ର ବରିଷ୍ଠ ନେତା ଶ୍ରୀ ଶିବ ପ୍ରସାଦ ପ୍ରଧାନ, ବୃନ୍ଦାବନ ନାୟକ, ତପୋବନ୍ତ ନାୟକ, ସୌମ୍ଯରଂଜନ ପଧାନ, ବରଗଡ଼ ବ୍ଲକ ରୁ  ଅରୁଣ କୁମାର ସାହୁ, ବରପାଲି ବ୍ଳକ ରୁ ଚଞ୍ଚଳ ପ୍ରଧାନ, ଭଟଲି ବ୍ଲକ ରୁ ଅକ୍ଷୟ ପ୍ରଧାନ ଅତାବିରା ବ୍ଲକ ରୁ ଅରୁଣ ପ୍ରଧାନ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ

Leave a Reply

Your email address will not be published. Required fields are marked *