ମହାନଗରମୁଖ୍ୟ ଖବରରାଜ୍ୟ

ଜିଲ୍ଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ କୁ କ୍ରୀଡା ହ୍ଲ ଚେୟାର ପ୍ରଦାନ

ରାଜଗାଙ୍ଗପୁର,୨୨/୨ (ଉତ୍କଳ ସମାଚାର) (ସୁବାଷ ବେହେରା): ରାଜଗାଙ୍ଗପୁ ପୁର ର ବାସିନ୍ଦା ଦିବ୍ୟାଙ୍ଗ ବସନ୍ତ ନିମ ଶ୍ରେଷ୍ଠ ଙ୍କୁ ଜିଲ୍ଲା ପ୍ରଶାସନ ନ ପକ୍ଷରୁ ଆଜି କ୍ରୀଡା ହ୍ବ ଲ ଚେୟାର  ପ୍ରଦାନ ଯାଇଛି। ଗତ ଜାନୁଆରୀ ତାରିଖ ଦିନ ଜାମପାଲି କରାଯାଇଛି ମାସ ४ ସ୍ଥିତ ଜମପଲି ଫୁଟବଲ ପଡିଆରେ ୫ ଟି ଓ ଆମ ଓଡ଼ିଶା ନ‌ବୀନ ଓଡ଼ିଶାର ଅଧ୍ଯକ୍ଷ ଭି କେ ପାଣ୍ଡିଆନ ଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥ୍ ରେ ରେ ରାଜଗାଙ୍ଗପୁର ପାଇଁ ୧୦୦ କୋଟିର ପ୍ରକଳ୍ପ ଭେଟି ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ୫ ଟି ଅଧ୍ଯକ୍ଷ ବହୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।  ଏହା ର ସମାଧାନ କରାଯି ଯିବ ବୋଲି ଅଧ୍ଯକ୍ଷ କହିଥିଲେ । ୫ ଟି ଅଧ୍ଯକ୍ଷ କାର୍ଯ୍ୟକ୍ରମ ସାରି ଫେରିବା ବାଟ ରେ କେଡ ନିକଟରେ ନିଜ ଅଭିଯୋଗ ପତ୍ର ଧରି ଦିବ୍ୟାଙ୍ଗ ଜଣକ ରହିଥିଲେ ଏହା ଦେଖ୍ ଅଧ୍ୟକ୍ଷ ଙ୍କ କାର କେଡ଼ ଅଟକି ଯାଇଥିଲା ଓ ନିଜେ ଅଧ୍ଯକ୍ଷ  କାର ରୁ ଓହ୍ଲାଇ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଦିବ୍ୟାଙ୍ଗ ବସନ୍ତ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଭିନ୍ନ ପଦକ ଜିତି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଏକ କ୍ରୀଡା ହ୍ୱିଲ୍ ଚେୟର ପ୍ରଦାନ କଲେ ଆଗକୁ ଆହୁରି କ୍ରୀଡା ଅଂଶ ଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଆଣି ପାରିବି ବୋଲି ଅଭିଯୋଗ ପତ୍ର ରେ ଲେଖା ହୋଇଥିଲା।ଅଭିଯୋଗ ପତ୍ର କୁ ପଢି ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେଇଥିଲେ ଭିକେ ପାଣ୍ଡିଅ । ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିବ୍ଯାଙ୍ଗ ବସନ୍ତ ଙ୍କୁ ୩୦ ହଜାର ଟଙ୍କା ଆର୍ଥକ ରାଶି ପ୍ରଦାନ କରାଯାଇଥିଲା ଓ ଅଭିଯୋଗ ପତ୍ର  ରେ ଲେଖା ହୋଇଥିବା କ୍ରୀଡା ଟ୍ରାଇ ସାଇକେଲ କୁ ପ୍ରଦାନ କରାଯିବ ବୋଲି ପ୍ରତି ଶ୍ରୁତି ଦେଇଥିଲେ। ଆଜି ଦିବ୍ୟାଙ୍ଗ ବସନ୍ତ ନିମ ଶ୍ରେଷ୍ଠ ଙ୍କୁ ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗ ହର୍ଷଦ ନିଜ କାର୍ଯ୍ୟାଳୟ ରେ ଏକ କ୍ରୀଡା ହ୍ୱିଲ୍ ଚେୟାର ପ୍ରଦାନ କରିଛନ୍ତି। କ୍ରୀଡା ଦ୍ବିଲ ଚେୟାର ପାଇବା ପରେ ଦିବ୍ୟାଙ୍ଗ ବସନ୍ତ ୫ ଟି ଅଧ୍ଯକ୍ଷ ଓ ଜିଲ୍ଲା ପ୍ରଶାସନ କୃତଜ୍ଞତା ଜଣାଇବା ସହ ଆଗକୁ କ୍ରୀଡ଼ାରେ ରାଜ୍ୟ ପାଇଁ ଗୌରବ ଆଣିବି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *