ମହାନଗରମୁଖ୍ୟ ଖବରରାଜ୍ୟ

କଂଗ୍ରେସ ଦଳର ଓଡ଼ିଶା ଜନସାଧାରଣ ସେବା ଟ୍ରଷ୍ଟ ଜରିଆରେ ଶକ୍ତି ପ୍ରଦର୍ଶନ 

ଅନୁଗୁଳ,୨୨/୨ (ଉତ୍କଳ ସମାଚାର):: ଆଜି ଦିନ ୧୦ଘଟିକା ସମୟରେ ୨୫୦୦ ରୁ ଅଧିକ ମହିଳା ସ୍ଥାନୀୟ ମାଉସୀମା ମନ୍ଦିର ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ସ୍ଥାନିୟ ଟାଉନ ହଲ ପରିସରରେ ଏକ ବିଶାଳ ସଭା ଆୟୋଜନ କରାଯାଇଥିଲା। ମହିଳା ମାନଙ୍କର ବିଭିନ୍ନ ସମସ୍ୟା ଓ ଲୋକଙ୍କ ସେବା କିପରି କରାଯାଇ ପାରିବ ସେଥିପାଇଁ ବିଭିନ୍ନ ବକ୍ତା ଓ ଶ୍ରୋତା ମାନେ ନିଜର ମତ ପ୍ରକାଶ କରିଥଲେ । ତା ସହିତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ  ବିଭନ୍ନ ଜନମାରଣା ନିତି ବିରୋଧରେ ଦୋଷାରୋପ କରିଥିଲେ। ମହିଳା ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର କିପରି ସମାଧାନ ହୋଇପାରିବ ସେହି ସବୁ ବିଷୟରେ କଂଗ୍ରେସ ନେତାମାନେ  ମହିଳା ମାନଙ୍କ ସହିତ ଆଲୋଚନା କରିବା ସହିତ ସମାଧାନର ପନ୍ଥା ବିଷୟରେ ଆଲେଚନା କରିଥିଲେ। ଏହି  କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିପ୍ର ବର ସାହୁ, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବିପିନ ବିହାରୀ ଦାସ। କଂଗ୍ରେସ ନେତା  ଶ୍ରୀଯୁକ୍ତ ଜୟନ୍ତ ସାହୁ , ଶ୍ରୀଯୁକ୍ତ ଦେବାଶିଷ ଘୋଷ ,ଶ୍ରୀଯୁକ୍ତ ବିଜୟାନନ୍ଦ ଚାଉଳିଆ ଶ୍ରୀ ପ୍ରବୋଧ  କୁମାର ସ୍ବାଇଁ,  ଶ୍ରୀଯୁକ୍ତ ଦିଗାମ୍ବର  ଗଡ଼ନାୟକ ଶ୍ରୀମତୀ, ବୈଜୟନ୍ତି  ସାହୁ ,ଶ୍ରୀଯୁକ୍ତ ଧର୍ମେନ୍ଦ୍ର  ନାଥ ମିଶ, ଶ୍ରୀ ଦିପୁ ମହାପାତ୍ର, ଏବଂ ଶ୍ରୀ ଅଶୋକ ନାଏକ, ଶ୍ରୀ ଅଭିଷେକ ନାଏକ, ଶ୍ରୀ ଶାହିଲ କୁମାର  ପ୍ରମୁଖ ଯୋଗଦାନ କରିଥିଲେ

Leave a Reply

Your email address will not be published. Required fields are marked *