ମହାନଗରମୁଖ୍ୟ ଖବରରାଜ୍ୟ

ପେଟ୍ରୋଲ କର୍ମଚାରୀ ଙ୍କୁ ଛୁରା ମାଡ଼ ଲକ୍ଷଧିକ ଟଙ୍କା ଲୁଟ

ରାଜଗାଙ୍ଗପୁର,୨୨/୨ (ଉତ୍କଳ ସମାଚାର) (ସୁବାଷ ବେହେରା): ଯାମପଲ୍ଲୀ ଛକ ନିକଟରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ଙ୍କୁ ଛୁରା ମାଡ଼ କରି ଦିନ ଦୁଇ ପ୍ରହର ରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଜଣା ପଡୁଛି ଘଟଣାରୁ ପ୍ରକାଶ ଯେ ଯାମପଲୀ ନିକଟସ୍ଥ  ରାଜ୍ୟପଥ 10 ରେ ଜାମପାଲି ସ୍ଥିତ ରାୟ ପେଟ୍ରୋଲ ପମ୍ପ ର କର୍ମଚାରୀ ଅନୀଲ ତିୱାରୀ ଏକ ମୋଟର ସାଇକେଲ ଯୋଗେ ପେଟ୍ରୋଲ ପମ୍ପ ର ବିକ୍ରି ହୋଇଥିବା ଏକ ଲକ୍ଷ୍ୟ 95 ହଜାର  ଟଙ୍କା ଜମା କରିବା ପାଁଇ ବ୍ୟାଙ୍କ ଯାଉଥିବା ସମୟରେ ଜାମପଲ୍ଲୀ  ଛକ  ଏବଂ ଲମଲୋଇ ଛକ ମଧ୍ୟ ରେ ନିଛାଟିଆ ସ୍ଥାନ ଦେଖି ପାଞ୍ଚ ଜଣ ଦୃବୃତ୍ତ ମାନେ ମଟର ସାଇକେଲ ଉପରେ ଆକ୍ରମଣ କରିଥିଲେ ଫଳରେ ଅନୀଲ ତିୱାରୀ ଜଣଙ୍କ ତଳେ ପଡି ଯାଇଥିଲେ ସୁଯୋଗ ପାଇ ଦୃବୃତ୍ତ ମାନେ ମୁଁହରେ ଲୁଗା ବାନ୍ଦୀ ଆକ୍ରମଣ କରିଥିଲେ ଯାହାକି କେହି ଚିହିଁ ପାରିନଥିଲେ ଟଙ୍କା ବେଗକୁ ଛଡାଇବା ପାଇଁ ହାତରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଥିଲେ ସେ ଟଙ୍କା ବ୍ୟାଗ କୁ ନଛାଡିବା ଯୋଗୁ ତାଙ୍କ ଅନ୍ୟହାତକୁ ଛୁରା ରେ ଆକ୍ରମଣ କରି ଲହୁଲୁହାଣ କରି ଦେଇ ଟଙ୍କା ବ୍ୟାଗ କୁ ଛଡାଇ ନେଇ ଯାଇଥିଲେ ଳ ଅନୀଲ ତିୱାରୀଙ୍କୁ  ପ୍ରାୟ ଶରୀର ଉପରେ 10 ଥର ଛୁରା ରେ ଆଘାତ କରି ତଳେ ପକାଇ ଦେଇଥିଲେ ସେ ଆତ୍ମାରକ୍ଷା ପାଇଁ ମୋତେ ବଞ୍ଚାଅ ବୋଲି ଚିକ୍ତାର କରୁ ଥିବା ବେଳେ ରାସ୍ତାରେ ଯାଉଥିବା କୌଣସି ଲୋକ ଏହି ଘଟଣାକୁ ବିରୋଧ କରି ନଥିଲେ ନିରାଶ ହୋଇ ରକ୍ତକ୍ଟ ଅବସ୍ଥାରେ ପଡି ରହିଥିଲେ ଲକୌଣସି ସୂତ୍ରରୁ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଅନୀଲ ତିୱାରୀଙ୍କୁ ଉଦ୍ଧାର କରି ରାଜଗାଙ୍ଗପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଥିଲେ ଗଭୀର ଆଘାତ ଯୋଗୁଁ ଡାକ୍ତର ରାଉରକେଲା ଆର ଜି ଏଚ କୁ ସ୍ଥାନାନ୍ତର କରିଥିଲେ l  ପୋଲିସ ଏହି ଘଟଣାକୁ ଗମ୍ଭୀରତା ର ସହ ତଦନ୍ତ କରୁଥିବା ଜଣା ପଡିଛି

Leave a Reply

Your email address will not be published. Required fields are marked *