ମହାନଗରମୁଖ୍ୟ ଖବରରାଜ୍ୟ

ଜି ଏସ୍ ଟି ଫାଙ୍କି ଅଭିଯୋଗ ରେ ଫର୍ନିଚର ଦୋକାନ ଏବଂ ଗୋଦାମ ଉପରେ ଚଢାଉ

ରାଉରକେଲା,୨୨/୨ (ଉତ୍କଳ ସମାଚାର): ଜି ଏସ୍ ଟି ଫାଙ୍କି ଅଭିଯୋଗ ରେ ଝାରସୁଗୁଡା ବାଣିଜ୍ୟକର ପ୍ରବର୍ତ୍ତନ ବିଭାଗ ସୁନ୍ଦରଗଡର ଏକ ଫର୍ନିଚର ଦୋକାନ ଏବଂ ଗୋଦାମ ଉପରେ ଚଢାଉ କରିଛନ୍ତି । ସୁନ୍ଦରଗଡ଼ ଟାଉନ ଥାନା ମିଶନ ରୋଡ ସ୍ଥିତ ପ୍ରୀତି ଫର୍ଣିଚର ରେ ଏହି ଚଢାଉ ଜାରି ରହିଛି । ପ୍ରୀତି ଫର୍ଣିଚର ମାଲିକ ସୁରେଶ ରାଣା ଙ୍କ ଦୋକାନ, ଘର ସମେତ ମହେଶଡିହି ର ଦୁଇଟି ଗୋଦାମରେ ୩ଟ ଜି ଏସ୍ ଟି ଟିମ୍ ର ଏହି ଚଢ଼ାଉ ଜାରି ରହିଛି। । ଝାରସୁଗୁଡା ବାଣିଜ୍ୟକର ପ୍ରବର୍ତ୍ତନ ସହକାରୀ ଆୟୁକ୍ତ ସତୀଶ କୁମାର ଜାଲ୍ ଙ୍କ ନେତୃତ୍ବରେ ଏହି ଚଢାଉ ଚାଲିଛି । ସୁରେଶଙ୍କ ପ୍ଲାଏଉଡ୍ ଏବଂ ଗୃହ ନିର୍ମାଣ ଉପକରଣ ର ବ୍ୟବସାୟ ରହିଛି । ଦୀର୍ଘ ଦିନ ରୁ ବ୍ୟବସାୟ କରୁଥିବା ବେଳେ ଅନେକ ପରିମାଣର ଜି ଏସ୍ ଟି ଠକେଇ କରିଥିବା ସନ୍ଦେହ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜି ଏସ୍ ଟି ଅଧିକାରୀ ମାନେ ବିକ୍ରି ଏବଂ କ୍ରୟର କାଗଜପତ୍ର ଯାଞ୍ଚ କରୁଛନ୍ତି। 

Leave a Reply

Your email address will not be published. Required fields are marked *