Uncategorized

ରାଉରକେଲା ଅବକାରୀ ବିଭାଗ ଦ୍ଵାରା ୧୨୩ ଲିଟର ନକଲି ବିଦେଶୀ ମଦ ଜବତ ସହିତ ଆସାମୀ ଗିରଫ

ରାଉରକେଲା ୧୬/୪ (ଉତ୍କଳ ସମାଚାର): ରାଉରକେଲା ଅବକାରୀ ବିଭାଗ ଦ୍ଵାରା ବଣାଇଁ ଥାନା ଅନ୍ତର୍ଗତ ବଡ ଗଂଗବା ଭାଗଦେହୀ ଅଞ୍ଚଳରୁ ବଳଭଦ୍ର ପାତ୍ର ନାମକ ଜଣେ ଯୁବକଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ବିଭିନ୍ନ କମ୍ପାନୀର ୧୨୩ଲିଟର ନକଲି ବିଦେଶୀ ମଦ ଜବତ କରିବା ସହିତ ବୋତଲର ଲେବୁଲ ଷ୍ଟିକର ଓ ଟିପି ସମେତ ଏକ କାର ଏବଂ ଗୋଟିଏ ସ୍କୁଟର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୬୫ହଜାର ଟଙ୍କା ହେବ। ରାଉରକେଲା ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ଅର୍ଚ୍ଚନା ବାରିକଙ୍କ ସମେତ ମୋବାଇଲ୍ ୟୁନିଟର ଡି ଓ ଅଜୟ ପ୍ରଧାନ, ଇନ୍ସପେକ୍ଟର ମୋହନ ପ୍ରଧାନ, ଏନ୍.ଭି.ସି. ମନୁ ଆୟତ ୟୁନିଟର ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ଏହି ଚଢାଉରେ ଭାଗ ନେଇଥିଲେ। ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଆସାମୀ ବଳଭଦ୍ର ପାତ୍ରକୁ କୋର୍ଟ ଚାଲାଣ କରାଯାଇଛି। ଡେପୁଟି ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ, ନକଲି ବିଦେଶୀ ମଦ ସୀମା ଅଞ୍ଚଳ ସମେତ ସୀମା ଅଞ୍ଚଳର ଢାବାଗୁଡିକରେ ବେଆଇନ ଭାବେ ଚାଲାଣ କରାଯାଉଥିବା ନଜରକୁ ଆସିଛି।

Leave a Reply

Your email address will not be published. Required fields are marked *