Uncategorized

ଭାଜପାର ଦ୍ବିତୀୟ ପର୍ଯ୍ଯାୟ ପ୍ରାର୍ଥୀ ତାଲିକାରେ ରାଉରକେଲା ଆସନ ପାଇଁ ଦିଲ୍ଲୀପ ରାୟ ପ୍ରାର୍ଥୀ

ରାଉରକେଲା ୧୬/୪,(ଉତ୍କଳ ସମାଚାର): ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଓଡିଶା ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଘୋଷଣା କରାଯାଇଥିବା ୨୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ରାଉରକେଲା ପାଇଁ ଦିଲ୍ଲୀପ ରାୟଙ୍କ ନାମ ଘୋଷଣା କରାଯାଇଥିବାରୁ, ଭାଜପା କର୍ମୀଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ତାଙ୍କ ବକ୍ତବ୍ୟରେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବା ସହିତ ରାଉରକେଲା ଆସନ ପାଇଁ ଲଢିବେ ବୋଲି କହିଛନ୍ତି। ରାଉରକେଲାରେ ଯେଉଁସବୁ ଉନ୍ନତିମୂଳକ କାମ ହୋଇଛି, ତାହାକୁ ସେ ଆହୁରି ଆଗକୁ ନେବା ସହିତ ପୂର୍ବରୁ ତାଙ୍କ ଦାବିଗୁଡିକ ମଧ୍ୟରେ, ବ୍ରାହ୍ମଣୀ ବ୍ରିଜ୍, ସୁପର ସ୍ପେସିଆଲିଟି ହସ୍ପିଟାଲ, ଏୟାରପୋର୍ଟ ହେବା ସହିତ ଦାବୀ ନଥିବା ସ୍ମାର୍ଟ ସିଟି ହୋଇଥିବାରୁ ସେ ଖୁସି ବ୍ଯକ୍ତ କରଛନ୍ତି। ନିର୍ବାଚନରେ ସେ ବିଜୟୀ ହେଲେ, ଗତ ୧୨ବର୍ଷ ଧରି ହୋଇନଥିବା ରାଉରକେଲା ମହାନଗର ନିଗମର ନିର୍ବାଚନକୁ ସେ ପ୍ରାଥମିକତା ଦେଇ ନିର୍ବାଚନ କରାଇବା ସହିତ ଡେଭେଲପମେଣ୍ଟ କାମକୁ ଆଗେଇ ନେବେ ବୋଲି ସେ କହିଛନ୍ତି। ଏହି ଅବସରରେ ଦିଲ୍ଲୀପ ରାୟଙ୍କ ପତ୍ନୀ ପୂଜା ରାୟ, ଶ୍ରୀ ରାୟଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା ଓ ଭାଜପାକୁ ଧନ୍ୟବାଦ ଦେଇଥିଲେ। ରାଉରକେଲା ବିଧାନସଭା ଆସନରେ ବିଜେଡି ପକ୍ଷରୁ ଶ୍ରମ ଓ ଇଏସ୍ଆଇ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ପ୍ରତିଦ୍ବନ୍ଦିତା କରୁଥିବାରୁ ଏବଂ କଂଗ୍ରେସ ପକ୍ଷରୁ ବିରେନ୍ଦ୍ର ନାଥ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବାରୁ, ରାଉରକେଲାରେ ଏଥର ବିଗ୍ ଫାଇଟ୍ ହେବ ବୋଲି ରାଉରକେଲା ଜନସାଧାରଣ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *