Uncategorized

ରାଉରକେଲା : ଛୁରା ମାଡରେ ଯୁବକ ମୃତ ପୋଲିସ ତଦନ୍ତ ଜାରି

ରାଉରକେଲା,୧୬/୪ (ଉତ୍କଳ ସମାଚାର): ରାଉରକେଲାରେ ଛୁରା ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇ ଯାଇଛି। ମୃତକ ଲଲାଟ କେଶରୀ ମହାପାତ୍ର ବୋଲି ଜଣା ପଡ଼ିଛି। ୫ ନମ୍ବର ସେକ୍ଟର ଅଞ୍ଚଳରେ ସୋମବାର ରାତିରେ ଘଟିଛି ଏହି ଘଟଣା। ୭ ନମ୍ବର ସେକ୍ଟର ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ହତ୍ୟାର କାରଣ ଜଣା ପଡି ନାହିଁ। ମିଳିଥିବା ସୂଚନା ଅନୁଯାୟୀ ସୋମବାର ରାତିରେ ଲଲାଟ କେଶରୀ ମହାପାତ୍ର ନାମକ ଜଣେ ଯୁବକ ନିଜ ସ୍କୁଟିରେ ଘରକୁ ଫେରୁଥିଲେ। ରାତି ପ୍ରାୟ ୧୦ଟା ପାଖାପାଖି କେତେ ଜଣ ଦ୍ରୁବୃତ୍ତ ତାଙ୍କୁ ୫ ନମ୍ବର ସେକ୍ଟର ଅରବିନ୍ଦ ସ୍କୁଲ ପାଖ ପାର୍କ ନିକଟରେ ଅଟକାଇଥିଲେ। କିଛି ସମୟ ଯୁକ୍ତି ତର୍କ ପରେ ହଠାତ ଦ୍ରୁବୃତ୍ତ ମାନେ ତାଙ୍କୁ ଛୁରାରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଲଲାଟ କେଶରୀଙ୍କ ବେକ ଏବଂ ଶରୀରର ଅନ୍ୟାନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ ପଠାଇଥିଲେ। ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ରାଉରକେଲା ଆପଲୋ ହସ୍ପିଟାଲ ପଠାଯାଇ ଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇ ଯାଇଛି। ୭ ନମ୍ବର ସେକ୍ଟର ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *