Uncategorized

ରାଜସ୍ବ କମିଶନରଙ୍କ ନିର୍ବାଚନୀ ସମୀକ୍ଷା ବୈଠକ 

ଅନୁଗୁଳ ,୨୩/୪ (ଉତ୍କଳ ସମାଚାର): ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନ ସଭା ସାଧାରଣ ନିର୍ବାଚନ ୨୦୨୪ ଉପଲକ୍ଷେ ଅନୁଗୁଳ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ଶ୍ରୀକାନ୍ତ ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସର୍କିଟ ହାଉସ ଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ଏହି ବୈଠକ ରେ ସେ ଜିଲ୍ଲା ର ସମସ୍ତ ବୁଥ ରେ ପିଇବା ପାଣି, ବିଦ୍ୟୁତ୍, ଆଶ୍ରୟ ସ୍ଥଳୀ ଭଳି ମୌଳିକ ସୁବିଧାର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ମତଦାନ ପ୍ରତିଶତ କମ ଥିବା ଅଞ୍ଚଳ ମୁଖ୍ୟତଃ ଶିଳ୍ପାଞ୍ଚଳ ଗୁଡିକରେ ଅଧିକରୁ ଅଧିକ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାପାଇଁ ସେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପୋଷ୍ଟାଲ ବାଲଟ, ସି ଭିଜିଲ ଆପ, ସୁବିଧା ପୋର୍ଟାଲ ର କାର୍ଯ୍ୟକାରିତା କୁ ନେଇ ସମୀକ୍ଷା କରିଥିଲେ। ନିର୍ବାଚନ ଆଚଣବିଧି କୁ ଅତି ଗୁରୁତ୍ଵ ସହ ନେବା ସହିତ, ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ,  ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ହେମନ୍ତ କୁମାର ସିଂହ, ଅତିରିକ୍ତ ଆରକ୍ଷୀ ଅଧିକାରୀ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ସେକ୍ଟର ଅଫିସର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *