Uncategorized

ସାଧାରଣ ନିର୍ବାଚନ ପୂର୍ବରୁ ନବରଙ୍ଗପୁର ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ

ନବରଙ୍ଗପୁର,୨୩/୪ (ନରସିଂ ବାଘ) (ଉତ୍କଳ ସମାଚାର): ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି, ନବରଙ୍ଗପୁର ଜିଲ୍ଲାପାଳ ଡ଼. କମଳଲୋଚନ ମିଶ୍ରଙ୍କ ଓ ଅବକାରୀ ଅଧିକ୍ଷକ ଅଭିରାମ ବେହେରାଙ୍କ ନିର୍ଦେଶ କ୍ରମେ, ନବରଙ୍ଗପୁର ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଓ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା ନିରୀକ୍ଷକ ବୃନ୍ଦାବନ ମଣ୍ଡଳଙ୍କ ପ୍ରତଖ୍ୟ ତତ୍ୱାଅବଧାନରେ, ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ସୁଜିତ କୁମାର ନାଗ ଙ୍କ ନେତୃତ୍ୱରେ, ନବରଙ୍ଗପୁର ଥାନା ଅନ୍ତର୍ଗତ ଢ଼େପ ଗୁଡା ଗ୍ରାମର ଜଣେ ଆସାମୀ ଜିତୁ ବେନିଆ ନିକଟରୁ 25 ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରା ଯାଇଛି , ବାଘଶିଉନି ଗ୍ରାମର ଜଣେ ଆସାମୀ ଲଖଣ ଭତରା ନିକଟରୁ 20 ଲିଟର ଚୋରା ଦେଶୀ ହାତରନ୍ଧା ମଦ ଜବତ କରାଯାଇଛି ଓ ମାଝିଗୁଡାର ଜଣେ ଆସାମୀ ଜଗନ୍ନାଥ ପ୍ରଧାନୀ ନିକଟରୁ 12 ଲିଟର ଚୋରା ଦେଶୀ ହାତରନ୍ଧା ମଦ ଜବତ କରା ଯାଇଛି ଓ ବଘ ସୁଇନି ଗ୍ରାମ ନିକଟ ଖୋଲା ଜାଗାରେ 1920 ଲିଟର ପୋଚ ଏବଂ 780 ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରି ଘଟଣାସ୍ଥଳରେ ନଷ୍ଟ କରାଯଇଛି. ଏହି ଚଢ଼ାଉରେ ଡିଗଲା ଅବକାରୀ ସହ ଉପ ନିରୀକ୍ଷକ ତ୍ରିନାଥ ସଉରା, ଉମେଶ ହରିଜନ, ସୁଧାଂଶୁ ସ୍ୱେଖେର ବାଗ, ସଦାନନ୍ଦ ଭତରା, ରଞ୍ଜୀତ ସିଂହ, ଦେବେନ୍ଦ୍ର ସମରଥ, ଛତର ଗଣ୍ଡ, ଅଂଶୁମାନ ପରିଡା ଏବଂ ମହିଳା ସିପାହୀ ରଞ୍ଜୀ ଯାନୀ ଓ ରୀନା ବଡନାୟକ ପ୍ରମୁଖ ଏହି ଚଢ଼ାଉ ରେ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *