Uncategorized

କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀଙ୍କ ବିଜୟ ମନ୍ତ୍ର 

ରାଉରକେଲା,୨୩/୪ (ଉତ୍କଳ ସମାଚାର): ଆଜି ବିଜେପି ରଘୁନାଥପଲ୍ଲି ବିଧାନ ସଭା କ୍ଷେତ୍ରର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଉଲକେଲା ଛେଣ୍ଡସ୍ଥିତ ହୋଟେଲ ମେଫେର୍, ହକି ଭିଲେଜ୍ ପରିସରରେ ଅନୁଷ୍ଠିତ ହୋଇ ଥିଲା । ସମୁହିକ ବନ୍ଦେ ମାତରଂ ଗାନ କରା ଯାଇ ଶୁଭାରମ୍ଭ କରାଯାଇ ଥିଲା । ସଭାନେତ୍ରୀ ତାଙ୍କ ସ୍ଵାଗତ ଭାଷଣରେ ସମସ୍ତଙ୍କୁ ସ୍ଵାଗତ ଜଣାଇ ବା ସହିତ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ସମସ୍ତେ ଚେଷ୍ଠା କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ମୁଖପାତ୍ର ତାଙ୍କ ବକ୍ତବ୍ୟରେ ଚଳିତ ନିର୍ବଚନ ଡବଲ ଇଞ୍ଜିନ ସରକାର ଗଢିବାର ସମୟ ଅପେକ୍ଷାରେ ଜନତା ରହିଛନ୍ତି ବୋଲି ପ୍ରକାଶ କରିଥିଲେ । ଆମ ଜୀବନ ରାଷ୍ଟ୍ର ପାଇଁ ସମର୍ପିତ ଏବଂ ବିଜେପି ହେଉଛି ଆମର ଆଧାର ଓ ଜୀବନ । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ପ୍ରଧାନ ମନ୍ତ୍ରୀ ମୋଦିଜୀଙ୍କ ସ୍ବପ୍ନ ଅଖଣ୍ଡ , ସ୍ବର୍ଣ୍ଣ ଓ ସମୃଦ୍ଧ ଭାରତ କାର୍ଯ୍ୟକୁ ସମୂର୍ଣ୍ଣ ରୂପେ ସମର୍ଥନ କରିବା ସହିତ ତାଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ୪୦୦ ପାରକୁ କାର୍ଯ୍ୟରେ ପରିଣତ କରିବାକୁ ଆହୁୱାନ ଦେଇଥିଲେ । ଲୋକସଭା ବିସ୍ତାରକ ଆଶିଷ ଠାକୁର ବୁଥ ଓ ଶକ୍ତି କେନ୍ଦ୍ରର ମୂଲ୍ୟାଙ୍କନ କରିବା ସହିତ ନିର୍ବାଚନ ସମୟରେ ସୈନିକ ଭଳି କାର୍ଯ୍ୟ କରିବାକୁ ଗୁରୁତ୍ଵ ଆରୋପ କରିଥିଲେ । ପୂର୍ବତନ ବିଧାୟକ ପ୍ରାର୍ଥୀ ସନ୍ତୋଷ ବେହେରା ରାଜ୍ୟରେ ସରକାର ପରିବର୍ତ୍ତନ ପାଇ ଜନତା ଙ୍କ ମନ କରିଥିବା ପ୍ରକାଶ କରିଥିଲେ। ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବାପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ସମ୍ପାଦକ ବିଜୟ ଖାଲକୋ ବିଜେପି ହିଁ କର୍ମୀଙ୍କ ପାର୍ଟି ବୋଲି ପ୍ରକାଶ କରି ଥିଲେ। ରଘୁନାଥ ପଲ୍ଲି ବିଧୟଜ ପ୍ରାର୍ଥୀ ଦୁର୍ଗା ତନ୍ତୀ ବିଜେପିରେ କିଭଳି ଜଣେ କର୍ମିରୁ ସେ ବିଧାୟକ ପ୍ରାର୍ଥୀ ହୋଇ ପାରିଛନ୍ତି ତା ଉପରେ ଆଲୋକ ପାତ କରିବା ସହିତ ଚଳିତ ନିର୍ବାଚନରେ ଆମେ ସମସ୍ତେ ମିଶି ସମସ୍ତ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ କଠିନରୁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ କରିଥିଲେ । ତାଙ୍କ ବକ୍ତବ୍ୟରେ ଜସ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଗରିବଙ୍କ ଉନ୍ନତି, କିଷାନଙ୍କ କଲ୍ୟାଣ , ମହିଳାଙ୍କ ସଶକ୍ତି କରଣ, ସେବାକୁ ଯୁବକଙ୍କୁ ନୂଆ ଅବସର, ଆତଙ୍କପର ପ୍ରହାର, ଭ୍ରଷ୍ଠାଚାରୀଙ୍କ ଉପରେ କାରବାର, ମଜବୁତ ଭାରତ ଓ ସମୃଦ୍ଧି ଭାରତ ଗଠନ ପାଇଁ ଦେଇଥିବା ଆହୁୱାନକୁ ଉପସ୍ଥାପନା କରିଥିଲେ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ ନିତାନ୍ତ ଆବଶ୍ୟକ ଓ ଆମେ ବଧ୍ୟ ପରିକର ବୋଲି ଦୃଢ ସ୍ବରରେ କହିଥିଲେ । ଚଳିତ ସାଧାରଣ ନିର୍ବାଚନରେ ସମସ୍ତ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ କଠିନ ପରିଶ୍ରମ କରିବା ସହିତ ଘର ଘର ବୁଲି ଓ ପଦ ଯାତ୍ରା କରି ଜନତାଙ୍କ ପାଖରେ ପହଞ୍ଚିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଉପରୋକ୍ତ ନେତୃବୃନ୍ଦ ସହିତ ମଞ୍ଚାସିନ ଥିଲେ ରଘୁନାଥପଲ୍ଲି ବିଧାନ ସଭା କ୍ଷେତ୍ର ପ୍ରଭାରୀ ଶଶାଙ୍କ ଶେଖର ଜେନା, ଜିଲ୍ଲା ଉପସଭାପତି ମଳୟ ମହାପାତ୍ର, ଜିଲ୍ଲା ସମ୍ପାଦକ ତଥା ମଣ୍ଡଳ ପ୍ରଭାରୀ ସସ୍ମିତା ପାଢ଼ୀ, ବିସ୍ତାରକର ଶ୍ୟାମ ନାୟକ, ପଶ୍ଚିମ ମଣ୍ଡଳ ସଭାପତି ସନ୍ତୋଷ ବିରାଟ, ପୂର୍ବ ମଣ୍ଡଳ ସଭାପତି ମନୋଜ ସେନାପତି, ଫର୍ଟିଲାଇଜର ମଣ୍ଡଳ ସଭାପତି ସନ୍ତୋଷ ଦାସ ଓ ଲାଠିକଟା ମଣ୍ଡଳ ସଭାପତି ଅମୃତ ଲାଲ ଓରାମ । ମଂଚ ପରିଚାଳନା କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ଜିଲ୍ଲା ସଂପାଦକ ଅଜୟ କଂସାରୀ। ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଉର୍ଦ୍ଧ କର୍ମୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

Leave a Reply

Your email address will not be published. Required fields are marked *