ଦେଶ -ବିଦେଶବାଣିଜ୍ୟମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ଏକ ରାଷ୍ଟ୍ର ଏକ ନିର୍ବାଚନ ଶୀର୍ଷକ ଆଲୋଚନାଚକ୍ର I

ସମ୍ବଲପୁର,//୨୦/୦୯//(ଉତ୍କଳ ସମାଚାର)//,(ସରୋଜ ସାହୁ//):ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ” ଏକ ରାଷ୍ଟ୍ର ଏକ ନିର୍ବାଚନ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ବିଭାଗର ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଇତିହାସ ବିଭାଗର ଅଧ୍ୟାପକ, ସରୋଜ କୁମାର ଭୁଏ, ଅଧ୍ୟାପକ ହୁସେନ ପ୍ରଧାନ ଓ ବିଶ୍ବଜିତ ସାହୁ ଅତିଥି ଭାବେ ଯୋଗଦେଇ ଭାରତୀୟ ଗଣତନ୍ତ୍ରରେ ଏକକାଳୀନ ନିର୍ବାଚନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଛାତ୍ର ଛାତ୍ରୀମାନଙ୍କ ମଧ୍ଯରେ ଧରିତ୍ରୀ,ଅଂଶିକା,ଗାୟତ୍ରୀ,ଆଶିଷ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥଲେ I ଏହି କାର୍ଯ୍ୟକ୍ରମରେ ଉଭୟ କଳା ଓ ବିଜ୍ଞାନ ବିଭାଗର ୭୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଶେଷରେ ଛାତ୍ରୀ ସ୍ମୃତିରେଖା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *