ସମ୍ବଲପୁର,୦୫/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍ର ଖଣ୍ଡୋକଟା ଗ୍ରାମରେ ପୋଷଣ ଉତ୍ସବ ୨୦୨୬ ପାଳିତ ହୋଇଯାଇଛି। ଅଙ୍ଗନୱାଡି କର୍ମୀ ଗିରିଜା ବକ୍ରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ଶିଶୁ ଓ ମହିଳାମାନେ ଯୋଗଦେଇଥିଲେ। ଦୀପାଞ୍ଜଳି ଉର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗ୍ରାମର ମହିଳାମାନେ ସହଯୋଗ କରିଥିଲେ।ଅତିଥି ଭାବେ ନାଏବ ସରପଞ୍ଚ ରାଜକିଶୋର ସେଠୀ, ଆଶାକର୍ମୀ ପୁଷ୍ପାଞ୍ଜଳି ପୃସେଠ ଓ ପଙ୍କଜିନୀ ଉର୍ମା ଯୋଗଦେଇ ପୋଷଣ ଓ ଭିଟାମିନଯୁକ୍ତ ଖାଦ୍ୟର ଉପକାରିତା ବିଷୟରେ ଶିଶୁ ଓ ମହିଳାମାନଙ୍କୁ ବୁଝାଇଥିଲେ।ଖାଦ୍ୟ ସଚେତନତା ଓ ପୋଷଣର ଉପକାରିତା ଉପରେ ବକ୍ତୃତା ଦେଇଥିବା ଲୋକନାଥ ଉର୍ମା, ବିମଳ ମହାନଦିଆ ଓ ଲେଲିନ ମନୋହାରୀଙ୍କୁ ଶେଷଦେବ ଉର୍ମା ପୁରସ୍କୃତ କରିଥିଲେ। ଶେଷରେ ଅଙ୍ଗନୱାଡି କର୍ମୀ ସମସ୍ତଙ୍କୁ ସମ୍ମାନର ସହ ବିଦାୟ ଜଣାଇଥିଲେ I

