ସମ୍ବଲପୁର,୦୫/୧୦(ଉତ୍କଳ ସମାଚାର),(ସରୋଜ ସାହୁ)::ଜମନକିରା ବ୍ଲକ୍ର କେନାଢିପା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନକଟିପାଲି ଗ୍ରାମର ଲୋକକଳାକାର, ସଂକୀର୍ତ୍ତନ କଳାକାର ଓ ବୀରସା ମୁଣ୍ଡା ନୃତ୍ୟଦଳର କଳାକାରମାନଙ୍କୁ କଳାକ୍ଷେତ୍ର, ଭୁବନେଶ୍ୱର ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଛି।ଗତ ୨୭ ସେପ୍ଟେମ୍ବର ୨୦୨୬ ରବିବାର ଦିନ ଖଣ୍ଡୋକଟାଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଲୋକକଳା ଚୟନ କାର୍ଯ୍ୟକ୍ରମରେ ନକଟିପାଲିର କଳାକାରମାନେ ଯୋଗଦେଇ ନିଜର କଳା ପ୍ରଦର୍ଶନ କରିଥିଲେ। ଏହି ଅବଦାନ ପାଇଁ ସେମାନଙ୍କୁ ସମ୍ମାନିତ କରାଯାଇ ମାନପତ୍ର ଦିଆଯାଇଥିଲା।ଏହି ଅବସରରେ କଳାକ୍ଷେତ୍ରର ସଂଯୋଜକ ଡାକ୍ତର ପର୍ଶୁରାମ ମଙ୍ଗରାଜ, ସମାଜସେବୀ ହରମୋହନ ପଟେଲ, ସଞ୍ଜୟ ଧୁରୁଆ, ଲକ୍ଷ୍ମୀଧର ବିନଦାନୀ, କବିଶିକେଶନ ବନଛୋର, ଲୋକକଳାକାର ଖତୁ ମୁଣ୍ଡା ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ସ୍ଥାନୀୟ କଳାକାରମାନେ ମଧ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ। ଶେଷରେ ରୁଷି ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ I

