ସମ୍ବଲପୁର,୦୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆୟୋଜିତ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଜମନକିରା ବ୍ଲକର ଧୁଡ଼ିପାଲି ପଞ୍ଚାୟତବାସୀଙ୍କ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲର ରକ୍ତକେନ୍ଦ୍ର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା। ଶିବିରରେ ୬୧ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।“ଜଳଦାନ ମହତ୍ ଦାନ, ରକ୍ତଦାନ ଜୀବନଦାନ” ବାର୍ତ୍ତାକୁ ପାଥେୟ କରି ଆୟୋଜିତ ଶିବିରରେ ବିଜେପି ଜିଲ୍ଲା ଉପସଭାପତି ଦୁଷ୍ମନ୍ତ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କର, ଜିଲ୍ଲା ସଂଯୋଜକ ବିଭୂତି ପଟେଲ, ଧୁଡ଼ିପାଲି ସରପଞ୍ଚ ଅରୁଣ ନାୟକ, ଜମନକିରା ଜୋନ୍-୨ର ଜିଲ୍ଲା ପ୍ରତିନିଧି ପବନ ପଟେଲ, କିଶୋର ଧୁରୁଆ, ଟୁଣା ସାହୁ, ସଞ୍ଜୟ ସିଂ, ସୁଶୀଲ ଚୌଧୁରୀ ଓ ସମୀର ଚୌଧୁରୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।ପ୍ରମୁଖ ରକ୍ତଦାତାଙ୍କ ମଧ୍ୟରେ ଟଙ୍କଧର କାଲୋ, ଶିବଶମ୍ଭ ଡଙ୍ଗରା, ବିଘ୍ନେଶ୍ୱର ନାୟକ, ଅଜୟ ସୁନାନୀ, ରଞ୍ଜୁଲତା ପଟେଲ, ମନିଷା ନାୟକ, ଏଲିନ ପଟେଲ, ବିଶମ୍ବର ଭୋଲ, ବିଶାଳ ସାହୁ, ପ୍ରଶାନ୍ତ ନାୟକ, ଗ୍ରୀଷ୍ମ ରୋହିଦାସ, ରୀଣା କୁଣ୍ଠା, ସୌଭାଗ୍ୟ ପ୍ରଧାନ, ତନ୍ମୟ ସାହୁ, ପୁରନ୍ଦର ସାହୁ, ରଘୁନାଥ ପ୍ରଧାନ, ଜୟ ଧୁରୁଆ, ସମିତ ନାୟକ, ଜନ୍ମଜୟ କାଲୋ ଓ ତିନ୍ନାଥ କାଲୋ ରହିଥିଲେ।ସୁଶୀଲ ମାକର, ଗୋପୀନାଥ କାଲୋ, ଭାଲୋ ଭାଇ ଓ ଡୋଲା ଭାଇଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ଓ ସହଯୋଗୀ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଜେପି କର୍ମୀ ପବନ ପଟେଲ ସମସ୍ତ ରକ୍ତଦାତା, ଅତିଥି ଓ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ଜଣାଇଥିଲେ।

