ସମ୍ବଲପୁର,୦୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଜମନକିରା ବ୍ଲକ୍ରେ ପତ୍ରପୋଡ଼ା ପୋକ ଆକ୍ରମଣରେ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ବ୍ଲକ୍ର ପ୍ରାୟ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ଧାନ ଚାଷରୁ ମିଳୁଥିବା ଆୟରେ ସେମାନେ ପିଲାଙ୍କ ପାଠପଢ଼ା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିଥାନ୍ତି।ଚଳିତ ବର୍ଷ ଅନୁକୂଳ ପାଗ ଓ ବର୍ଷା ସତ୍ତ୍ୱେ ରୋଗପୋକ ଆକ୍ରମଣରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ କହିଛନ୍ତି। ବ୍ୟବହୃତ କୀଟନାଶକ ଔଷଧର ମାନ ନିମ୍ନ ଥିବା ନେଇ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।ଚାଷୀ ହରିପ୍ରସାଦ ନାଏକ, ହରମୋହନ ପଟେଲ, ବିନୟ ନାୟକ, ରଘୁମଣୀ ଚୌଧୁରୀ, ଉମେଶ ଚନ୍ଦ୍ର ପଟେଲ ଓ ହରିହର ପଟେଲ ପ୍ରଶାସନକୁ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ କରି ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଅନୁରୋଧ କରିଛନ୍ତି

