ସମ୍ବଲପୁର,୦୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଜମନକିରା ବ୍ଲକ୍ ଅନ୍ତର୍ଗତ ଗରିଆବାହାଲ ଗ୍ରାମରେ ରବି ନିଖଣ୍ଡିଆଙ୍କ ପରିବାର ଓ ଗ୍ରାମର ମଙ୍ଗଳ କାମନା କରି ମା’ କରମ୍ ସାନି ଦେବୀଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରବିଙ୍କ ମାନସିକ ପୂରଣ ଅବସରରେ ଗ୍ରାମବାସୀଙ୍କ ସହଯୋଗରେ ଏହି ପୂଜା କରାଯାଇଥିଲା। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଅନେକ ଗ୍ରାମରେ ମା’ କରମ୍ ସାନିଙ୍କ ପୂଜା କରାଯାଏ। ଲୋକବିଶ୍ୱାସ ଅନୁଯାୟୀ, ଦେବୀଙ୍କ ପୂଜା କଲେ ପରିବାରର ମଙ୍ଗଳ ହେବା ସହ ଫସଲ ରୋଗପୋକରୁ ରକ୍ଷା ପାଏ ଏବଂ ଗୋରୁଗାଈ ସୁସ୍ଥ ରହନ୍ତି। ରବିଙ୍କ ପରିବାରର ସୁଖ, ସମୃଦ୍ଧି, ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରି ପୂଜାର୍ଚ୍ଚନା କରାଯାଇଥିଲା। ଏହି ନିଆରା ପୂଜା ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ

