ସମ୍ବଲପୁର,୦୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଜମନକିରା ବ୍ଲକ୍ ଫାଶୀମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗରିଆବାହାଲ ଗ୍ରାମର ଭୀମ ରଣା ଜଣେ ଦିନମଜୁରିଆ ଓ ଆର୍ଥିକ ଅନଗ୍ରସର ପରିବାରର। ଆର୍ଥିକ ଅସୁବିଧା ଯୋଗୁଁ ସେ ନିଜ ଘରର ଉପଯୁକ୍ତ ମରାମତି କରିପାରୁନଥିଲେ। ଗତ ଲଗାଣ ବର୍ଷା ଓ ପବନରେ ତାଙ୍କ ଘରର ଗୋଟିଏ କାନ୍ଥ ଭାଙ୍ଗିଯାଇଛି। ଏହାପରେ ସେ ଛୋଟ ନାତୁଣୀମାନଙ୍କ ସହ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି। ଘରର ପୁନଃ ମରାମତି ପାଇଁ ଅର୍ଥ ଅଭାବ ବାଧକ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ସହାୟତା ମିଳିଲେ ଅସହାୟ ପରିବାର ସହ ବାପଛେଉଣ୍ଡ ନାତୁଣୀମାନେ ଉପକୃତ ହେବେ

