ସମ୍ବଲପୁର,୦୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ପବିତ୍ର ନୂଆଖାଇ ଅବସରରେ ଲାୟନ୍ସ କ୍ଲବ୍ ଅଫ୍ ବୁର୍ଲା ପ୍ରେରଣା ପକ୍ଷରୁ ରାଏ ଢାବାରେ ଏକ ଭବ୍ୟ ନୂଆଖାଇ ଭେଟଘାଟ ସମାରୋହ ଆୟୋଜିତ ହୋଇଥିଲା। ପୁଷ୍ପା ବେଦୀ ଓ ସୁଖଚେନ ସିଂ ଏହାର ଆୟୋଜନ କରିଥିଲେ।ସମାରୋହରେ ସମ୍ବଲପୁରୀ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା। ସମ୍ବଲପୁରୀ ନୃତ୍ୟ ସହ ‘ରଙ୍ଗବତୀ’ର ମନୋରମ ପ୍ରଦର୍ଶନ ଦର୍ଶକଙ୍କୁ ମୋହିତ କରିଥିଲା। ପ୍ରସିଦ୍ଧ ହାସ୍ୟ ଅଭିନେତା ବିନ୍ଦୁ ଓ ତାଙ୍କ ଦଳର ହାସ୍ୟରସାତ୍ମକ ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କୁ ଆନନ୍ଦିତ କରିଥିଲା।ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କଳାମାଟି ସରପଞ୍ଚ ସୁଷମା ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ପ୍ରଧାନ, ଜିଲ୍ଲା ଗଭର୍ଣ୍ଣର ଲାୟନ୍ ଚରଣଜିତ କୌର ହୁରା, କ୍ୟାବିନେଟ୍ ସଚିବ ଲାୟନ୍ ଖୁସପ୍ରୀତ ହୁରା, ଜୋନ୍ ଅଧ୍ୟକ୍ଷା ଲାୟନ୍ ଋତୁ ତୁଲି, ପୁଷ୍ପା ବେଦୀ ଓ GMT ଲାୟନ୍ ମନୋଜ ଶର୍ମା ଯୋଗଦେଇଥିଲେ। ଆଦି ନନ୍ଦ, ଜିତୁ ମିଶ୍ର, ପପୁ ସିଂ ଓ ପୂର୍ବତନ କଳାମାଟି ସରପଞ୍ଚ ଡ. ହରି ନାଗଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଲାୟନ୍ସ କ୍ଲବ୍ ଅଫ୍ ସମ୍ବଲପୁର ସେଣ୍ଟ୍ରାଲର ସଭାପତି ଲାୟନ୍ ନିହାଲ୍ ସୋନି ମଧ୍ୟ ଯୋଗଦେଇଥିଲେ।ଲାୟନ୍ସ କ୍ଲବ୍ ଅଫ୍ ବୁର୍ଲା ପ୍ରେରଣାର ସଭାପତି ଲାୟନ୍ ନିକିତା କପାନି, ସଚିବ ଲାୟନ୍ ସିମରନ୍ ଆରୋରା, କୋଷାଧ୍ୟକ୍ଷ ଲାୟନ୍ ନୀତୁ ବର୍ମା ଓ ପ୍ରଥମ ଉପାଧ୍ୟକ୍ଷ ଲାୟନ୍ ପଲକ ବକ୍ସିଙ୍କ ସହ ଲାୟନ୍ ଶୀତଲ୍ କପାନି, ଲାୟନ୍ ସୋନିଆ କପାନି, ଲାୟନ୍ ନିଶା ଆରୋରା, ଲାୟନ୍ ରଜନୀ ଓ ଲାୟନ୍ ଉଷା କୁମାର କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ଉପସ୍ଥିତ ଅତିଥି ଓ ସଦସ୍ୟମାନେ ପରସ୍ପରକୁ ନୂଆଖାଇର ଶୁଭେଚ୍ଛା ଜଣାଇଥିଲେ। ଏହି ସମାରୋହ ସମ୍ବଲପୁରୀ ସଂସ୍କୃତି, ଭାଇଚାରା ଓ ପାରସ୍ପରିକ ସମନ୍ୱୟର ବାର୍ତ୍ତା ଦେଇଥିଲା।

