ସମ୍ବଲପୁର,୦୮/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ହୀରାକୁଦସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଏକ ସଭା ଅନୁଷ୍ଠିତ ହୋଇଛି। ସଭାରେ ସର୍ବସମ୍ମତିକ୍ରମେ ମନ୍ଦିର ପକ୍ଷରୁ ପବିତ୍ର ମହାପ୍ରସାଦ ବିତରଣ ପାଇଁ ‘ଆନନ୍ଦ ବଜାର’ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଏହି ସେବା ୨୪ ତାରିଖରୁ ଆରମ୍ଭ ହେବ।ଏହାଦ୍ୱାରା ହୀରାକୁଦ ଅଞ୍ଚଳବାସୀଙ୍କ ସହ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ମହାପ୍ରସାଦ ପାଇବାର ସୁଯୋଗ ପାଇବେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସମସ୍ତଙ୍କ ଉପରେ ବର୍ଷିତ ହେଉ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କାମନା କରାଯାଇଛି I

