ସମ୍ବଲପୁର,୦୮/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଡାକ ମଣ୍ଡଳ ପକ୍ଷରୁ ଆସନ୍ତା ନଭେମ୍ବର ୧୩ ଓ ୧୪ ତାରିଖରେ ଡାକ ଟିକଟ ପ୍ରଦର୍ଶନୀ ଆୟୋଜିତ ହେବ। ଏହି ପ୍ରଦର୍ଶନୀର ପ୍ରତୀକ ଚିହ୍ନ ଓ ବିବରଣୀ ପୁସ୍ତିକାର ଉନ୍ମୋଚନ ଆସନ୍ତା ଅକ୍ଟୋବର ୧୨ ତାରିଖ ସୋମବାର ଦିନ ହେବ।
ସମ୍ବଲପୁରସ୍ଥିତ ପୋଷ୍ଟମାଷ୍ଟର ଜେନେରାଲ୍ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅପରାହ୍ନ ୩ଟା ୩୦ ମିନିଟ୍ରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I
