ସମ୍ବଲପୁର,୦୮/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଓଡ଼ିଶା ବନ୍ଦ ଯୋଗୁଁ ଗୁରୁବାର ସମ୍ବଲପୁର ସହରରେ ଜନଜୀବନ ପ୍ରଭାବିତ ହୋଇଥିବାବେଳେ, ଏକ ସମ୍ବେଦନଶୀଳ ଘଟଣାରେ ଜଣେ ଯୁବତୀଙ୍କୁ ସମୟୋଚିତ ଭାବେ ଉଦ୍ଧାର କରାଯାଇଛି।ସୂଚନା ଅନୁସାରେ, ଦିନ ପ୍ରାୟ ୧୨ଟା ୩୦ରେ ଆଇନଜୀବୀ ସଞ୍ଜୀପ ଗଡ଼ତିଆ, ସାମ୍ବାଦିକ ଦୁଲାଳ ଚନ୍ଦ୍ର ରାୟ ଓ ସମାଜସେବୀ ଟୁକୁ ପଣ୍ଡା ଚାରପୁର ଅଞ୍ଚଳ ଦେଇ ଯାଉଥିବା ସମୟରେ ଜଣେ ଯୁବତୀଙ୍କୁ ଅସୁବିଧାଜନକ ପରିସ୍ଥିତିରେ ଦେଖିଥିଲେ। ସେମାନେ ତୁରନ୍ତ ତାଙ୍କ ନିକଟକୁ ଯାଇ ସହାୟତା କରିବା ସହ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଟାଉନ ଥାନା ଅଧିକାରୀ ସୁବ୍ରତ ମେହେର ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ପଦକ୍ଷେପ ନେଇଥିଲେ। ପୋଲିସ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆବଶ୍ୟକ ସହାୟତା ଯୋଗାଇଥିଲା

