ସମ୍ବଲପୁର,୦୮/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳରେ ଆସନ୍ତା ୧୦ ଅକ୍ଟୋବର ସକାଳ ୬ଟା ୩୦ରୁ ଏକ ବ୍ୟାପକ ସଫେଇ ଅଭିଯାନ ଆୟୋଜିତ ହେବ। ପାଞ୍ଚଟି ଜୋନ୍ର ବିଭିନ୍ନ ୱାର୍ଡରେ ଏହିଅଭିଯାନ ହେବାକୁ ଥିବାବେଳେ, ଅଂଶଗ୍ରହଣକାରୀମାନେ ନିଜ ୱାର୍ଡ ପାଇଁ ନିର୍ଦ୍ଧାରିତ ରିପୋର୍ଟିଂ ସ୍ଥାନରେ ପହଞ୍ଚିବାକୁ ସୂଚନା ଦିଆଯାଇଛି।ଜୋନ୍-୧: ଚାଉରପୁର ପେଟ୍ରୋଲ ପମ୍ପ ଛକ, ଜମ୍ପାଲି ଛକ, ସମଲେଶ୍ୱରୀ ମନ୍ଦିର, ବୈଜାମୁଣ୍ଡା ଛକ, ଏ. କାଟାପାଲି ଛକ, ଶ୍ରୀରାମ ବିହାର ପାର୍କ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖ, ବୁର୍ଲା ପ୍ଲାନେଟୋରିୟମ୍ ସମ୍ମୁଖ, ମହତାବ ନଗର ଚର୍ଚ୍ଚ, ବୁର୍ଲା କଣ୍ଟ୍ରାକ୍ଟର୍ସ କଲୋନୀ ପାର୍କ, ହୀରାକୁଦ ରେଳ ଷ୍ଟେସନ ସମ୍ମୁଖ, ଏନ୍ଏସି ବୁର୍ଲା କାର୍ଯ୍ୟାଳୟ ଛକ, ବୁର୍ଲା ବସ୍ଷ୍ଟାଣ୍ଡ ନିକଟ, ବୁର୍ଲା ଦୈନିକ ପରିବା ମାର୍କେଟ, ଭାରତୀ କ୍ଲବ୍, ବୁର୍ଲା ପେଟ୍ରୋଲ ପମ୍ପ, ନେତାଜୀ ଛକ, ପିଜି ଛକ, ୧ଆର୍ କଲୋନୀ କେନ୍ଦ୍ର ଅଞ୍ଚଳ, ଭିସୁଟ୍ ମୁଖ୍ୟ ଫାଟକ ସମ୍ମୁଖ ଓ କିର୍ବା ଛକ।ଜୋନ୍-୨: ହୀରାକୁଦ ନେହରୁ ପାର୍କ ରୋପ୍ୱେ ସମ୍ମୁଖ, ଜବାହର ଉଦ୍ୟାନ ପାର୍କିଂ, ଆଇଟିଆଇ ହୀରାକୁଦ ମୁଖ୍ୟ ଫାଟକ, ଆଜାଦ ଛକ, ଦୀନଦୟାଲ ଉଦ୍ୟାନ ପାର୍କ, ଦୁର୍ଗା ମନ୍ଦିର ସମ୍ମୁଖ, ସୁଭାଷ ଫିଲ୍ଡ, ସନ୍ତୋଷୀ ମା’ଙ୍କ ମନ୍ଦିର, ହୀରାକୁଦ ଦୈନିକ ମାର୍କେଟ, ସିଏଚ୍ସି ହୀରାକୁଦ, ଲରପଙ୍କ ଛକ, ରେମେଡ୍ ମାର୍କେଟ ପେଟ୍ରୋଲ ପମ୍ପ ନିକଟ, ବରେଇପାଲି ଛକ, ଗୋପାଳପାଲି ଦୁର୍ଗା ମନ୍ଦିର ସମ୍ମୁଖ, ଆଇପିଏସ୍ ସ୍କୁଲ୍ ଗେଟ୍, ରେମେଡ୍ ଦୁର୍ଗା ମନ୍ଦିର ସମ୍ମୁଖ, କ୍ଷେତରାଜପୁର ବାଳିକା ବିଦ୍ୟାଳୟ ମୁଖ୍ୟ ଫାଟକ, ମୁଙ୍ଗାପଡ଼ା ଛକ ମାରୱାଡ଼ି ସେବା ସଦନ ନିକଟ ଓ କାଏଁସିର ଦିଗରେ ଐଁଠାପାଲି ପେଟ୍ରୋଲ ପମ୍ପ।ଜୋନ୍-୩: ମଣ୍ଡଳିଆ ଫିଲ୍ଡ ସମ୍ମୁଖ, ତଲଭଟାପଡ଼ା ଦୁର୍ଗା ମନ୍ଦିର ନିକଟ, ଦୁର୍ଗାପାଲି ଛକ, ଗୁଡେଶ୍ୱର ବାବା ମନ୍ଦିର ଅଞ୍ଚଳ, ରିଙ୍ଗ୍ ରୋଡ୍ ଜିଏସ୍ଏସ୍ ପାର୍କ, ବଳଦେବ ନିବାସ ଛକ ଏସ୍ବିଆଇ ଏଟିଏମ୍ ନିକଟ, ଧୋବାପଡ଼ା ଘାଟ ଗଳି ଅନାମିକା କ୍ଲବ୍ ସମ୍ମୁଖ, ଗୁପ୍ତା ଡାଏଗ୍ନୋଷ୍ଟିକ୍ କ୍ଲିନିକ୍ ନିକଟ, ସୀତଳେଶ୍ୱର ଶିବ ମନ୍ଦିର ନିକଟ, କ୍ଷେତରାଜପୁର ରେଳ ଷ୍ଟେସନ ଡିଆର୍ଏମ୍ କାର୍ଯ୍ୟାଳୟ ସମ୍ମୁଖ, ବଡ଼ବଜାର ଦୁର୍ଗା ମନ୍ଦିର ନିକଟ, ବରେଇପାଲି ଦୈନିକ ପରିବା ମାର୍କେଟ, ନୂଆପଡ଼ା ପ୍ରମାଣିକ ଆବାସ, ପଞ୍ଚଗଛିଆ ବିକାଶ ହସ୍ପିଟାଲ ସମ୍ମୁଖ, ଷ୍ଟେସନପଡ଼ା ସେକ୍ଟର୍ ସି ଆଣ୍ଡ୍ ଡି ରେଳ କଲୋନୀ ପ୍ରବେଶପଥ, ଠାକୁରପଡ଼ା ଗୁପ୍ତେଶ୍ୱର ଶିବ ମନ୍ଦିର ନିକଟ, ଗୋପାଳମାଲ ରୋଡ୍ ଦୁର୍ଗା ମନ୍ଦିର ନିକଟ, ଭୀମ ଭୋଇ ପାର୍କ, ଫାଟକ ଅଞ୍ଚଳ ଦୁର୍ଗାପୂଜା ପେଣ୍ଡାଲ ସମ୍ମୁଖ, ରିଲାଏନ୍ସ ସ୍ମାର୍ଟ ସୁପର୍ଷ୍ଟୋର୍, ବୁଢ଼ାରଜା ପାହାଡ଼ ଶୀର୍ଷ, ମୋଦିପଡ଼ା ପିକେ ପାର୍କ ନିକଟ, ମୋଦିପଡ଼ା ଯୋଗେଶ୍ୱର ବାବା ଶିବ ମନ୍ଦିର, ବାଲିବନ୍ଧା ଶିବ ମୂର୍ତ୍ତି ନିକଟ, ହାଉସିଂ ବୋର୍ଡ କଲୋନୀ ଆହାର କେନ୍ଦ୍ର ନିକଟ, ପଟ୍ନେଶ୍ୱରୀ ମନ୍ଦିର ନିକଟ, ବାଲିବନ୍ଧା ଶିବ ମନ୍ଦିର, ଚିତ୍ରଗୁପ୍ତ ମନ୍ଦିର ନିକଟ ଓ କୁଞ୍ଜେଲପଡ଼ା ଛକ।ଜୋନ୍-୪: ଝସକେତନ ସାହୁ ସୁଇମିଂ ପୁଲ୍ ନିକଟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ, ଜିଏମ୍ ବିଶ୍ୱବିଦ୍ୟାଳୟ ପରିସର ଓ ନିକଟସ୍ଥ ଏସ୍ଡିଏ ଦୋକାନ ସମ୍ମୁଖ/ଫାଟକ ଫାଣ୍ଡି/ହନୁମାନ ମନ୍ଦିର, ପୁରୁଣା ସରକାରୀ ବସ୍ଷ୍ଟାଣ୍ଡ, ଲକ୍ଷ୍ମୀ ଟକିଜ୍ ଛକ, ଜଗନ୍ନାଥ କଲୋନୀ ମନ୍ଦିର, ଐଁଠାପାଲି ପାଟ୍ରୋ ଇଲେକ୍ଟ୍ରିକାଲ୍ସ ସମ୍ମୁଖ, ଟାଙ୍ଗରପାଲି ଏସ୍ଏସ୍ଭିଏମ୍ ସ୍କୁଲ୍, ଐଁଠାପାଲି ଥାନା ନିକଟ ୟୁପିଏଚ୍ସି, ସେଣ୍ଟ୍ ଜନ୍ ସ୍କୁଲ୍ ସମ୍ମୁଖ, ଶକ୍ତି ମିଷ୍ଠାନ ଭଣ୍ଡାର ସମ୍ମୁଖ, ଡିଅର୍ ପାର୍କ ଓ ସମ୍ବଲପୁର ଚିଡ଼ିଆଖାନା ସମ୍ମୁଖ, ପ୍ରାଣୀ ଚିକିତ୍ସାଳୟ, କାଳୀବାଡ଼ି କଲ୍ୟାଣ ମଣ୍ଡପ, ସିଏସ୍ବି ଜିଲ୍ଲା ସ୍କୁଲ୍, ପୁରୁଣା ପୌରପାଳିକା ଛକରୁ ନେଲସନ୍ ମାଣ୍ଡେଲା ଛକ, ଜେଲ୍ ଛକ ନିକଟ ଖାଓ ଗଳି ଓ ହୀରାକୁଦ କଲୋନୀ ହେଡ୍ ପୋଷ୍ଟ ଅଫିସ୍ ସମ୍ମୁଖ ଭାରତ ପେଟ୍ରୋଲ ପମ୍ପ।ଜୋନ୍-୫: କୁଲୁଥକାନି ଶିବ ମନ୍ଦିର, ଗାନ୍ଧୀ ପାର୍କ/୪ସି ଗ୍ରାଉଣ୍ଡ ସମ୍ମୁଖ, ଧନୁପାଲି ଦୁର୍ଗା ମଣ୍ଡପ ସମ୍ମୁଖ, ଗୋବିନ୍ଦତୋଲା ଦୁର୍ଗା ମଣ୍ଡପ, ଭତରା ଗାନ୍ଧୀ ମନ୍ଦିର, ଶଙ୍କରମଠ ଛକ, ନକ୍ସାପାଲି ଛକ, ସିନ୍ଦୁରପଙ୍କ ଶିଶୁ ମନ୍ଦିର ସ୍କୁଲ୍, କୁଡ଼ୋପାଲି ପ୍ରତିମୂର୍ତ୍ତି ଛକ, ମାନେଶ୍ୱର ବଜାରରୁ ମନ୍ଧାତା ବାବା ମନ୍ଦିର ଦିଗ ଓ ଗୁଣ୍ଡେରପୁର ପୋଲିସ୍ ଆଉଟ୍ପୋଷ୍ଟ ନିକଟ।
ଜୋନ୍-୧ର ଦାୟିତ୍ୱରେ ଦେବେନ୍ଦ୍ର କେ. ରାଉତ, ଜୋନ୍-୨ରେ ସୁଭଦୀପ୍ତ ମହାନ୍ତି, ଜୋନ୍-୩ରେ ଶଙ୍କର ପି. ସାହୁ, ଜୋନ୍-୪ରେ ଭିକ୍ଟର ସୋରେନ୍ ଏବଂ ଜୋନ୍-୫ରେ ହରିଓମ୍ ଭୋଇ ଜୋନାଲ୍ ମୁଖ୍ୟ ଭାବେ ରହିଛନ୍ତି। ସଫେଇ ଅଭିଯାନରେ ସାମିଲ ହୋଇ ସହରକୁ ସ୍ୱଚ୍ଛ ରଖିବାରେ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।

