କେନ୍ଦୁଝର:8//10,(ଉତ୍କଳ ସମାଚାର)କେନ୍ଦୁଝରର ତିନିଜଣ ଛାତ୍ରୀ ବିଭିନ୍ନ ବିଷୟବସ୍ତୁରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଶ୍ୱେତାପଦ୍ମା ପଣ୍ଡା “ଖାଦ୍ୟ, କୃଷି ଓ ସ୍ୱାସ୍ଥ୍ୟ”, ଲକ୍ଷ୍ମୀ ପ୍ରିୟା ମହାନ୍ତ “ବର୍ଜ୍ୟ ପରିଚାଳନା ପାଇଁ ଆର୫” ଏବଂ ସୁଶ୍ରୀ ଆୟୁଶ୍ରୀ ପାତ୍ର “ସ୍ଥାୟିତ୍ୱ ପାଇଁ ଭାରତୀୟ ଜ୍ଞାନ ପ୍ରଣାଳୀ” ଉପବିଷୟରେ ଅନୁସନ୍ଧାନାତ୍ମକ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ଏହି ପ୍ରତିଯୋଗିତ ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ନଂ ୧ ବାଲେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା।ଏହି ଛାତ୍ରୀମାନେ ଗତ ୨୮ ଓ ୨୯ ତାରିଖରେ ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ–୬, ପୋଖରୀପୁଟ, ଭୁବନେଶ୍ୱରଠାରେ ଆଞ୍ଚଳିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେଠାରୁ ସୁଶ୍ରୀ ଆୟୁଶ୍ରୀ ପାତ୍ରଙ୍କ “ସ୍ଥାୟିତ୍ୱ ପାଇଁ ଭାରତୀୟ ଜ୍ଞାନ ପ୍ରଣାଳୀ” ଉପବିଷୟ ଅଧୀନରେ ପ୍ରସ୍ତୁତ ପ୍ରକଳ୍ପ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଜାତୀୟ ସ୍ତରକୁ ମନୋନୀତ ହୋଇଛି।ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ଅନୁସନ୍ଧାନମୂଳକ ମନୋଭାବ ଓ ସୃଜନଶୀଳତାର ବିକାଶ ପାଇଁ ଏକ ପ୍ରମୁଖ ବୈଜ୍ଞାନିକ ମଞ୍ଚ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସ୍ଥାନୀୟ ସମସ୍ୟା, ପରିବେଶ ଓ ସମାଜ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ପ୍ରକଳ୍ପ ପ୍ରସ୍ତୁତ କରି ନିଜର ବୈଜ୍ଞାନିକ ଅନୁସନ୍ଧାନ ଓ ଚିନ୍ତନଶୀଳତାକୁ ପ୍ରଦର୍ଶନ କରିଥାନ୍ତି। ସଙ୍କୁଳ, ଆଞ୍ଚଳିକ ଓ ଜାତୀୟ ସ୍ତର ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ପ୍ରକଳ୍ପ ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି।ଏହି ଖବର ମିଳିବା ପରେ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି।ପ୍ରକାଶ ଥାଉ କି, ଏଥର କଳା ଉତ୍ସବରେ ମଧ୍ୟ ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, କେନ୍ଦୁଝରର ନୃତ୍ୟଦଳ ଜୋନାଲ୍ ସ୍ତରକୁ ମନୋନୀତ ହୋଇଥିଲା। ଏହି ସବୁ ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ସାହୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।


