ସମ୍ବଲପୁର,୧୦/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ରେଙ୍ଗାଲି ତହସିଲ ଛକ ନିକଟ ବାଇପାସ୍ରେ ଫ୍ଲାଏଓଭର ନିର୍ମାଣ ଏବଂ ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି) ମାନ୍ୟତା ପ୍ରଦାନ ଦାବିରେ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର ଦିଆଯାଇଛି।ପରିଷଦର ସଭାପତି ଅନ୍ତର୍ଯ୍ୟାମୀ ପାଣିଙ୍କ ନେତୃତ୍ୱରେ ବିନୋଦ ବିହାରୀ ନନ୍ଦ, ପୀତବାସ ତାଣ୍ଡକାର, ବାବୁଲା ଅଗ୍ରୱାଲ, ଡା. ଅର୍ଜୁନ ନାୟକ ଓ ଶ୍ରୀନିବାସ ତାଣ୍ଡକାର ପ୍ରମୁଖ ସାଂସଦଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ I

