ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ପବିତ୍ର ମହାଳୟା ଅବସରରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପତ୍ନୀ ତଥା ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟିଙ୍କ ସହ ଶନିବାର ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିଥିଲେ। ସେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ଓଡ଼ିଶାବାସୀଙ୍କ ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ।ମହାଳୟାରେ ମା’ ସମଲେଶ୍ୱରୀଙ୍କୁ ପବିତ୍ର ଧବଳମୁଖୀ ବେଶରେ ସଜ୍ଜିତ କରାଯାଇଥାଏ। ଏହି ଅବସରରେ ପଶ୍ଚିମ ଓଡ଼ିଶାର ଆଧ୍ୟାତ୍ମିକ କେନ୍ଦ୍ର ଭାବେ ପରିଚିତ ଏହି ପୀଠକୁ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଥିଲା I ଏହା ପୂର୍ବରୁ ରାଜ୍ୟପାଳ ହୀରାକୁଦ ଡ୍ୟାମ୍ ପରିଦର୍ଶନ କରିଥିଲେ। ମହାନଦୀ ଉପରେ ନିର୍ମିତ ବିଶାଳ ଡ୍ୟାମ୍ ଓ ଏହାର ବ୍ୟାପକ ଜଳଭଣ୍ଡାରକୁ ସେ ଦେଖିଥିଲେ I

