ରାଉରକେଲା:11//10,(ଉତ୍କଳ ସମାଚାର)ଆଜି ମ୍ୟୁନିସିପାଲ କଲେଜ ରାଉରକେଲା ଆନୁକୂଲ୍ୟରେ ଆନ୍ତଃ ଯୋନ୍ କବାଡି ବାଳିକା ପ୍ରତିଯୋଗିତା ରେ ମ୍ୟୁନିସିପାଲ କଲେଜ ରାଉରକେଲା ଚମ୍ପିୟାନ ହେଇଥିଲା ବେଳେ ରାଜା କଲେଜ ପଟିଆ ଭୁବନେଶ୍ୱର ଉପବିଜେତା ହୋଇଛନ୍ତି। ମୁନିସ୍ପାଲ୍ କଲେଜ ରାଉରକେଲା ୫୦-୩୫ ବ୍ୟବଧାନରେ ବିଜୟୀ ହୋଇଥିଲେ। ସମୁଦାୟ ୧୦ ଟି ଜୋନ୍ ର ସମଗ୍ର ଓଡ଼ିଶାରୁ ଚମ୍ପିୟାନ ଟିମ୍ ପ୍ରତିଯୋଗୀତା ରେ ଭାଗ ନେଇ ଥିଲେ। ଆଜି ର ଫାଇନାଲ ମ୍ୟାଚ ରେ ମ୍ୟୁନିସିପାଲ କଲେଜ ରାଉରକେଲା ର ପଦାର୍ଥ ବିଜ୍ଞାନ ର ରିଡର୍ ଅର୍ପିତା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚମ୍ପିୟାନ ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ କ୍ୟାପଟେନ୍ ମିନା ଦାସ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଆଜି ସମୁଦାୟ ୭୨ ଜଣ ଖେଳାଳି ସିଲେକ୍ସନ୍ ପାଇଁ ଆସିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨୦ ଜଣ ଖେଳାଳି ଅଣ୍ଡର ୧୯ CHSE ଓଡ଼ିଶା କବାଡି ବାଳିକା ଟିମ୍ ପାଇଁ ଚୟନ କରାଯାଇଥିବା ବେଳେ ଆସନ୍ତା ନଭେମ୍ବର ମାସ ରେ କର୍ଣାଟକ ରେ ହେବା କୁ ଥିବା ପାଇଁ ୧୨ ଜଣ ଯୋଗ ଦେବାକୁ ସ୍ଥିର କରାଯାଇଛି।

