ସମ୍ବଲପୁର,୧୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଆଦିତ୍ୟ ଆଲୁମିନା କମ୍ପାନୀ, ଲପଙ୍ଗା ପକ୍ଷରୁ ରେଙ୍ଗାଲି ବନାଞ୍ଚଳ ଅଧୀନ ଭୋଇପାଲି ଗ୍ରାମରେ ବନ୍ୟପ୍ରାଣୀ ସୁରକ୍ଷା ସଚେତନତା ଶିବିର ଆୟୋଜିତ ହୋଇଥିଲା। କମ୍ପାନୀର ସିଏସ୍ଆର୍ ସଂଯୋଜକ ମନୋରଞ୍ଜନ ବେହେରାଙ୍କ ସଂଯୋଜନାରେ ହୋଇଥିବା ଏହି ଶିବିରରେ ରେଙ୍ଗାଲି ବନାଞ୍ଚଳ ଅଧିକାରୀ ସୁଜାତା ପଟେଲ ମୁଖ୍ୟ ଅତିଥି ଏବଂ ପରିବେଶବିତ୍ ତଥା ପ୍ରକୃତି ବନ୍ଧୁ ଡ. ବଂଶୀଧର କର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ଇଂ. ଦେବାଶିଷ ସାହୁ ଓ ଭୋଇପାଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ବିନୟ କୁମାର ଭୋଇ ଉପସ୍ଥିତ ଥିଲେ। ନିମନ୍ତ୍ରିତ ଅତିଥି ଭାବେ ଆନିମେଟର ସନ୍ତୋଷିନୀ ଭୋଇ, ସିଏସ୍ଆର୍ ମୁଖ୍ୟ ରବି ନିବାସ, ରୋଟାରୀ କ୍ଲବ୍ ସମ୍ବଲପୁରର ସଭାପତି ସୁକାନ୍ତ କୁମାର ମେହେର, ପୂର୍ବତନ ସଭାପତି ସୁଜିତ କୁମାର ପାଣିଗ୍ରାହୀ ଓ ସମ୍ପାଦକ ଚିନ୍ମୟ ଶତପଥୀ ଯୋଗ ଦେଇଥିଲେ।ମଞ୍ଚାସୀନ ଅତିଥିମାନେ ବନ୍ୟପ୍ରାଣୀଙ୍କ ସୁରକ୍ଷା, ଜଙ୍ଗଲ ଓ ବନସମ୍ପଦର ସଂରକ୍ଷଣ ଏବଂ ଏଥିରେ ସ୍ଥାନୀୟ ଲୋକଙ୍କ ଭୂମିକା ଉପରେ ମତ ରଖିଥିଲେ। ମନୋରଞ୍ଜନ ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ବନ୍ୟପ୍ରାଣୀ ଓ ବନସମ୍ପଦର ସୁରକ୍ଷା ପାଇଁ ଶପଥ କରାଇଥିଲେ।ଶିବିରରେ ସ୍ଥାନୀୟ ଜନସାଧାରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବନ ସୁରକ୍ଷା ସମିତିର ସଦସ୍ୟ ଓ ସଦସ୍ୟାଙ୍କ ସହ ବନରକ୍ଷୀ ସସ୍ମିତା ବାଗ ଭାଗ ନେଇଥିଲେ। ଶିବିର ପରିଚାଳନାରେ ମନୋରଞ୍ଜନ ସାହାଯ୍ୟ କରିଥିବା ବେଳେ ଶେଷରେ ମନୋରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

