ସମ୍ବଲପୁର,୧୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା ବୁର୍ଲା ଜ୍ୟୋତି ବିହାର ରେ ଗତ ମଙ୍ଗଳବାର ବୁର୍ଲା ଜ୍ୟୋତି ବିହାରର ବିଜୁ ପଟ୍ଟନାୟକ ଅଡ଼ିଟୋରିୟମ ରେ ବନ୍ଦେ ମାତ୍ରମ କ୍ୟାମ୍ପ ରେ ଆନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି l ଏଇ କାର୍ଯ୍ୟକ୍ରମ ମାଇଁ ଭାରତ ସମ୍ବଲପୁର ଆନୁକୂଲ୍ୟରେ ‘ବିପର୍ଯ୍ୟୟ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସ’ ପାଳନ ହୋଇଛି l ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ର ନବ କୃଷ୍ଣ ପ୍ରଧାନ, ଦେବଗଡ଼ ପ୍ରଦୀପ ବିଶ୍ୱାଳ, ବୌଧ ଜିଲ୍ଲା ପ୍ରଗୀୟା, ସୋନପୁର ଜିଲ୍ଲା ପ୍ରଭାକର ସା ଯୋଗଦେଇଥିବା ବେଳେ ସମ୍ବଲପୁର ୟୁଥ ଅଫିସର ପ୍ରସନ୍ନ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଏହି ସଭାକୁ ସୋମ ସ୍ଵେଛାସେବି ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ବିପର୍ଯ୍ୟୟ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସକେତେ ଆବଶ୍ୟକ ସେ ବିଷୟରେ ଆଲୋଚନା ହୋଇଥିଲା l କାର୍ଯ୍ୟକ୍ରମ ରେ ସମ୍ବଲପୁର ସହିତ ୬ଗୋଟି ରାଜ୍ୟ ର ଜାତୀୟ ସ୍ବେଛାସେବୀ ସଂଗଠନ ଯୋଗ ଦେଇଥିଲେ ଯଥା ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ଆନ୍ଦ୍ରପ୍ରଦେଶ, ପଶ୍ଚିମ ବଙ୍ଗ ରୁ ଆସିଥିବା ସ୍ବେଛାସେବୀ ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ପ୍ରକୃତି ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ଭୂକମ୍ପ, ଅଗ୍ନିକାଣ୍ଡ ଆଦି ବିପର୍ଯ୍ୟୟ ସମୟରେ ଆତ୍ମରକ୍ଷା, ସୁରକ୍ଷା ଅବଲମ୍ବନ ଓ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ସଚେତନ ଶ୍ରୀ ପ୍ରଧାନ ଓ ତାଙ୍କ ଟିମ ପ୍ରତକ୍ଷ ଭାବରେ ପ୍ରଶିକ୍ଷଣ ଦେଇଥିଲେ ଓ ବିପର୍ଯ୍ୟୟ ପରିଚାଳନାରେ ସତର୍କତା ଓ ସାମୂହିକ ସହଯୋଗର ଗୁରୁତ୍ବ ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ର ସ୍ବେଛାସେବୀ ଶିବ ବେହେରା, ପ୍ରଗୀୟ, ଆୟୁଷ,ବିଭୁତି ପୃସେଠ ସୌମିତ୍ରୀ ପୃସେଠ,ଉର୍ବଶୀ ଜଗଦଳା, ଲିସା ସୁନା, ମନ୍ଦାକିନୀ ମେହେର, ଅମିଷା ଧର, ରାଜନ ରାୟ, ମସୁଦ ଆଲାମ, ପ୍ରକୃତି ବନ୍ଧୁ ସରୋଜ ମେହେର, ରୋଶନ, ରୋଶନ ପୃସେଠ ପ୍ରମୁଖ ସ୍ବେଛାସେବୀ ସହଯୋଗ କରିଥିଲେ l

