ସମ୍ବଲପୁର,୨୭/୧୦,(ଉତ୍କଳ ସମାଚାର)(ଭୂମି ଏକ୍ସପ୍ରେସ): ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ଦାଶଙ୍କ ମାତା କନକଲତା ଦାଶ (୮୨)ଙ୍କ ବିୟୋଗରେ ବିରୋଧୀ ଦଳର ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଶୋକ ପ୍ରକାଶ କରିଛନ୍ତି। କନକଲତାଙ୍କ ଶେଷ ଇଚ୍ଛା ଅନୁଯାୟୀ, ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ତାଙ୍କ ମରଶରୀରକୁ ବୁର୍ଲା ମେଡିକାଲକୁ ହସ୍ତାନ୍ତର କରାଯାଇଥିବାରୁ ଶ୍ରୀ ଆଚାର୍ଯ୍ୟ ଏହି ମହତ୍ କାର୍ଯ୍ୟର ପ୍ରଶଂସା କରିଛନ୍ତି। ସେ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।କନକଲତା ଜଣେ ପରୋପକାରୀ, ଧର୍ମପରାୟଣା ଓ ମେଳାପୀ ମହିଳା ଭାବେ ପରିଚିତ ଥିଲେ। ତାଙ୍କ ବିୟୋଗରେ ପରିବାର ସହ ସ୍ଥାନୀୟ ଅଞ୍ଚଳ ଏବଂ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି। ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ହୀରାଲାଲ ବେହେରା ମଧ୍ୟ ଶୋକ ପ୍ରକାଶ କରିଛନ୍ତି
