ସମ୍ବଲପୁର, ୨୭/୧୦,(ଉତ୍କଳ ସମାଚାର) (ଭୂମି ଏକ୍ସପ୍ରେସ): ସତର୍କତା ସଚେତନତା ସପ୍ତାହ–୨୦୨୬ ଅବସରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସମ୍ବଲପୁର ପ୍ରଶାସନିକ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସକାଳେ ଏକ ୱାକାଥନ୍ ଆୟୋଜିତ ହୋଇଥିଲା। “ସମୃଦ୍ଧି ପାଇଁ ସାଧୁତା” ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ପଦଯାତ୍ରାରେ ସାର୍ବଜନୀନ ଜୀବନରେ ସଚ୍ଚୋଟତା, ଚ୍ଛତା, ଉତ୍ତରଦାୟିତ୍ୱ ଓ ନୈତିକ ଆଚରଣର ଗୁରୁତ୍ୱ ସମ୍ପର୍କରେ ପ୍ଲାକାର୍ଡ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।ଏସବିଆଇର ଅଧିକାରୀ ଓ କର୍ମଚାରୀମାନେ ସମ୍ବଲପୁର ଜେଲ୍ ଛକରୁ ଉତ୍ସାହର ସହ ୱାକାଥନ୍ରେ ବାହାରି ସହର ପରିକ୍ରମା କରିଥିଲେ। ଏହି ଅବସରରେ ସେମାନେ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧ ଏବଂ ସଚ୍ଚୋଟତାର ଉଚ୍ଚ ମାନଦଣ୍ଡ ବଜାୟ ରଖିବାକୁ ଶପଥ ନେଇଥିଲେ।ଏପରି ସଚେତନତାମୂଳକ ପଦକ୍ଷେପ ମାଧ୍ୟମରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପ୍ରତିରୋଧକ ସତର୍କତା, ସୁଶାସନ ଏବଂ ସ୍ୱଚ୍ଛ ଓ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟସଂସ୍କୃତିର ପ୍ରୋତ୍ସାହନ ପ୍ରତି ନିଜର ପ୍ରତିବଦ୍ଧତା ଜଣାଇଛି। ଉପମହାପ୍ରବନ୍ଧକ ଶ୍ରୀ ନାରାୟଣ ପ୍ରସାଦଙ୍କ ସମେତ ଅନ୍ୟ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ।

