ରାଉରକେଲା:6//12,(ଉତ୍କଳ ସମାଚାର) ବିରମିତ୍ରପୁର ଶ୍ରମଶକ୍ତି ମହାବିଦ୍ୟାଳୟ ର ରେଡକ୍ରସ ଶାଖା ଆନୁକୁଲ୍ୟରେ ନୂଆଟୋଲି, ବ୍ରାହ୍ମଣମରା ଠାରେ ଏକ ଶିବିର ର ଆୟୋଜନ କରାଯାଇଥିଲା। ଏହି ଶିବିରରେ ଉକ୍ତ ଗ୍ରାମର ଗରିବ ଲୋକ ମାନଙ୍କୁ ଶୀତ ବସ୍ତ୍ର ଓ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ଓପକରଣ ରେଡକ୍ରସ ଶାଖା ତରଫ ରୁ ବଣ୍ଟନ କରାଯାଇଥିଲା। ଉକ୍ତ ଗ୍ରାମକୁ ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରାଗଲା । ଉକ୍ତ ସଭା ରେ ମହାବିଦ୍ୟାଳୟ ର ଅଧକ୍ଷ ସଞ୍ଜୟ କୁମାର ସିଂ, ରେଡକ୍ରସ ମହାବିଦ୍ୟାଳୟ ଶାଖା ର ବରିଷ୍ଠ କାଉନସିଲର କୁଲଦୀପ ସୋରେଙ୍ଗ,ଶାଖା ର ମହିଳା କାଉନସିଲର ଅମିତା ଆଚାର୍ଯ୍ୟ,ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

