ରାଉରକେଲା:6//12,(ଉତ୍କଳ ସମାଚାର)ସରଣ୍ଡାପୋଷ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପାର୍ବତୀ ରଣା ଙ୍କୁ ଚାକିରୀ ରୁ ଅବସର ନେବାପରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କୁଆଁରମୁଣ୍ଡା ବ୍ଲକ୍ ଶିକ୍ଷା ଅଧିକାରୀ ନମିତା ମହାପାତ୍ର, ସହାୟକ ବ୍ଲକ୍ ଶିକ୍ଷା ଅଧିକାରୀ ତପସ୍ଵିନୀ ମହାନନ୍ଦିଆ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ରଣା ଙ୍କ କର୍ମମୟ ଜୀବନ, ଶିକ୍ଷା ଦାନ, ଛାତ୍ର ବତ୍ସଳତା ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଅନ୍ୟ ସହକର୍ମୀ ଗଣ ମାନେ ଶ୍ରୀମତୀ ରଣାଙ୍କ ସହ ବିତାଇଥିବା ମୁହୁର୍ତ୍ତ ଓ କାର୍ଯ୍ୟକ୍ରମ ବେଶ ପ୍ରେରଣାଦାୟୀ ବୋଲି ମତ ରଖିଥିଲେ। ଏହି ଅବସରରେ ଅତିଥି ଓ ଅନ୍ୟ ମାନଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷୟିତ୍ରୀ କୁ ଫାଇନାଲ ପେନସନ୍ କାଗଜ ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀମତୀ ରଣା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିକ୍ରମ କୁମାର କୁଜୁର, ଅରବିନ୍ଦ ନାୟକ ଗୈ।ରୀ ଭଗତ, ଶ୍ରଦ୍ଧାଞ୍ଜଳି ନାଗ, ସୁଜାତା ସାହୁ, ରାଜୀବ ନାୟକ, ସରୋଜିନୀ ଦାଶ,ଅବଦୁଲ ବାସିକ ଓ ତାଙ୍କ ସ୍ବାମୀ ଗଙ୍ଗାଧର ରଣା ପ୍ରମୁଖ ଉପସ୍ଥିତ ଥୂଲେ।

