ପାପଡାହାଣ୍ଡି 14.12.25: (ଉତ୍କଳ ସମାଚାର)ପାପଡାହାଣ୍ଡି ବ୍ଲକ ସ୍ତରୀୟ ତ୍ରିଦିବସୀୟ ସାଂସଦ କ୍ରୀଡା ପ୍ରତିଯୋଗିତା ଆଜି ଉଦଘାଟନ ହୋଇଛି, ଆଜି ଜଟାବାଲ ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି ଏଥିପାଇଁ ପ୍ରଥମେ ଜଟାବାଲ ଶ୍ରୀ ଶ୍ରୀ ଶିବ ମନ୍ଦିର ଠାରୁ ପୂଜାର୍ଚନା କରାଯାଇ ମଶାଲ ପ୍ରଜ୍ଜଳନ କରାଯାଇ ଅତି ଯାକଜମକରେ ବିରାଟ ପଟୁଆରରେ ଜଟାବାଳ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସ୍ଥାପନ କରାଗଲା, ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଥିଲା,ଏହି ଉତ୍ସବ ର ଉଦଘାଟନ ଶୁଭାରମ୍ଭ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ କରିଥିଲେ, ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀଯୁକ୍ତ ମୋତିରାମ ନାୟକ, ପାପଡାହାଣ୍ଡି ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ ହେମଲତା ମାଝୀ, ଉପାଧକ୍ଷ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା, ମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ରୀ ଲିଙ୍ଗରାଜ ଭତରା, ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସୋମନାଥ ପୂଜାରୀ,ସାଂସଦ କ୍ଷେତ୍ର କ୍ରୀଡା ସଂଯଜୋକ ଶ୍ରୀଯୁକ୍ତ ରାମେଶ୍ୱର ଜେନା, ଗୋଷ୍ଟି ଉନ୍ନୟନ ଅଧିକାରୀ କପିଲଦେବ ସାହୁ, ସମିତି ସଭ୍ୟା ବଇଦୀ ଭତ୍ରା, ଜଟାଵାଲ ସରପଞ୍ଚ ମାଳତୀ ଭତ୍ରା, ହରିମୋହନ ଶର୍ମା, ଦୀନବନ୍ଧୁ ବିଶୋଇ,ଦାମୋଦର ପ୍ରଧାନ,ପାପଡାହାଣ୍ଡି ବିଜେପି ପାପଡାହାଣ୍ଡି ମଣ୍ଡଳ ସଭାପତି ମନୋଜ ଅଗ୍ରୱାଲ, ଡଙ୍ଗରା ମଣ୍ଡଳ ସଭାପତି କ୍ରିଷ୍ଣା ରାଓ, ମୈଦଲପୁର ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶୋଇ, ହରି ପାଣିଗ୍ରାହୀ, ପ୍ରଶାନ୍ତ ପାଣିଗ୍ରାହୀ, ଜଳେନ୍ଦ୍ର ସିଂ, ଜି. ପି ଓ. ଅକ୍ଷୟ ପଟ୍ଟନାୟକ, ଜେଇ ପ୍ରଶାନ୍ତ କୁମାର ସାହୁ, ବ୍ଲକର ସମସ୍ତ ପିଇଓ ଉପସ୍ଥିତ ରହି ଥିଲେ,ବ୍ଲକର ସମସ୍ତ କ୍ରୀଡା ଶିକ୍ଷକ ଉପସ୍ଥିତ ରହି ଖେଳ ଗୁଡିକୁ କୁ ପରିଚାଳନା କରିଥିଲେ, ଏହି ଖେଳ ଆଜି 13 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ତିନିଦିନ ଅନୁଷ୍ଠିତ ହେବ,ମେଡିକାଲ ଟିମ ଏବଂ ପୋଲିସ ବିଭାଗ ଉପସ୍ଥିତ ରହିଥିଲେ, ଉପସ୍ଥିତ ସମସ୍ତ ଙ୍କ ପାଇଁ ଖାଦ୍ୟ ଓ ପାଣି ର ବ୍ୟବସ୍ଥା କରାଯାଇଥିଲା l

