ରାଉରକେଲା ୧୪/୧୨,(ଉତ୍କଳ ସମାଚାର)ସହରର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ୧୮ଟି ଗ୍ରାମର ସମସ୍ତ ବ୍ରାହ୍ମଣ ସଦସ୍ଯମାନଙ୍କୁ ଏକଜୁଟ କରି ଏକ ସମାଜ ଗଠନ ଉଦ୍ଦେଶ୍ଯରେ ଏହି ସମାଜର ନାମ ବ୍ଯାସ କ୍ଷେତ୍ର ବ୍ରାହ୍ମଣ ସମାଜ ରଖାଯାଇଛି। ବ୍ରାହ୍ମଣମାନେ ଉଚ୍ଚ ଶିକ୍ଷିତ ଏବଂ ସମାଜ ସଂସ୍କାରକ। କିନ୍ତୁ ଆଜି ସମସ୍ତେ ବିକ୍ଷିପ୍ତ। ତେଣୁ ସମସ୍ତଙ୍କୁ ଏକଜୁଟ କରି ଏକ ସୁସ୍ଥ ବାତାବରଣରେ ବ୍ରାହ୍ମଣଙ୍କର ସର୍ବାଙ୍ଗୀନ ଉନ୍ନତି କରିବା ଏହି ବ୍ଯାସ କ୍ଷେତ୍ର ବ୍ରାହ୍ମଣ ସମାଜର ମୂଳ ଉଦ୍ଦେଶ୍ୟ। ଆଜି ବ୍ରାହ୍ମଣମାନେ ଅବହେଳିତ। ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ବ୍ରାହ୍ମଣମାନଙ୍କୁ ନଜର ଅନ୍ଦାଜ ରଖାଯାଇଛି। ତେଣୁ ଆଜି ବ୍ରାହ୍ମଣମାନେ ଜାଗ୍ରତ ହୋଇ ନିଜର ସ୍ଥିତିକୁ ମଜବୁତ କରିବା ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ରାଉରକେଲାର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ସମସ୍ତ ଗ୍ରାମରୁ କିଛି କିଛି ସଦସ୍ଯ ଏହି ସମାବେଶରେ ଯୋଗଦାନ କରିବା ସହିତ ସୁନ୍ଦରଗଡ଼ରୁ କେତେକ ସଦସ୍ୟ ଏହି ସମାବେଶରେ ମଧ୍ଯ ଯୋଗଦାନ କରିଥିଲେ। ଏହି ଉଦ୍ଦେଶ୍ଯରେ ଆଜିର ସମାବେଶରେ ବ୍ଯାସ କ୍ଷେତ୍ର ବ୍ରାହ୍ମଣ ସମାଜର ସଭାପତି ସମାଜ ଗଠନର ମୂଳ ଉଦ୍ଦେଶ୍ୟ ବିଷୟରେ ନିଜର ବକ୍ତବ୍ୟରେ କହିଥିଲେ। ମୁଖ୍ଯ ଅତିଥି ଗୋବର୍ଦ୍ଧନ ବାବୁ ଭବିଷ୍ୟତ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ମୁଖ୍ଯ ବକ୍ତା ବିଜୟ ହୋତା ବ୍ରାହ୍ମଣ ସମାଜର ଚଳଣି ଓ ସଂସ୍କାରକୁ ସୁଧାର ଆଣିବା ପାଇଁ ଆହ୍ବାନ ଦେଇଥିଲେ। ଅତିଥି ବଦ୍ରିନାରାୟଣ ପାଢୀ ବ୍ରାହ୍ମଣ ସମାଜ ପାଇଁ ନିଜର ପ୍ରଚେଷ୍ଠା ଜାରି ରଖିବେ ବୋଲି କହିଥିଲେ। ଅନ୍ଯତମ ଅତିଥି କାହ୍ନୁ ଦ୍ବିବେଦୀ ରାଉରକେଲାର ସମସ୍ତ ଅଞ୍ଚଳର ବ୍ରାହ୍ମଣମାନଙ୍କୁ ଏକତ୍ର ହୋଇ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବାକୁ ଆହ୍ଵାନ ଦେଇଛନ୍ତି।ଶେଷରେ ଝିରପାଣିର ବ୍ରାହ୍ମଣ ସମାବେଶରେ ଧନ୍ୟବାଦ ଅର୍ପଣ କରିଥିଲେ ନରେନ୍ଦ୍ର ପତ୍ରି।


