ରାଉରକେଲା ତା ୧୪/୧୨/୨୦୨୫:(ଉତ୍କଳ ସମାଚାର)ସି ଆଇ ଟି ୟୁ ଓଡ଼ିଶା ରାଜ୍ୟ କମିଟିର ୧୬ତମ ରାଜ୍ୟ ସମ୍ମିଳନୀ ଡିସେମ୍ବର ୧୨-୧୪ ତାରିଖ ବନ୍ଦର ନଗରୀ ପାରାଦ୍ଵୀପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ରେ ସି ଆଇ ଟି ୟୁ ର କେନ୍ଦ୍ରୀୟ ସଭାନେତ୍ରୀ ଡଃ କେ ହେମଲତା ଓ ସର୍ବଭାରତୀୟ ସାଧାରଣ ସମ୍ପାଦକ, ପୂର୍ବତନ ସାଂସଦ ତପନ ସେନ୍ ଯୋଗଦେଇ କେନ୍ଦ୍ର ମୋଦି ସରକାରଙ୍କ ଶ୍ରମିକ ବିରୋଧୀ ନୀତି, କର୍ପୋରେଟ ପୁଞ୍ଜିପତି ଓ ମାଲିକ ମାନଙ୍କ ସ୍ଵାର୍ଥ ରେ ଦେଶର ଶ୍ରମିକ ଶ୍ରେଣୀ ର ଅଧିକାରୀ କୁ ଛଡ଼ାଇ ନେଇ ସମସ୍ତ ଶ୍ରମ ଆଇନ କୁ ଖତମ କରି ୪ ଟି ଶ୍ରମ କୋର୍ଡ ଲାଗୁ କରିବା ବିରୁଦ୍ଧରେ ଆଗାମୀ ଦିନରେ ଦେଶବ୍ୟାପୀ ଦୁର୍ବାର ଆନ୍ଦୋଳନ ପାଇଁ ପ୍ରସ୍ତୁତି କରିବାକୁ ଆହ୍ୱାନ କରିଥିଲେ।ଏହି ସମ୍ମିଳନୀ ରେ ସାଂପ୍ରଦାୟିକତାବାଦ ବିରୋଧରେ ଆନ୍ଦୋଳନ ଗଢିତୋଳିବା,ଶ୍ରମ କୋର୍ଡ ବିରୁଦ୍ଧରେ ଦେଶବ୍ୟାପୀ ଶ୍ରମିକ ଆନ୍ଦୋଳନ ପାଇଁ ପ୍ରସ୍ତୁତି, ମିଳିତ ଟ୍ରେଡ ୟୁନିୟନ ଆନ୍ଦୋଳନ ଉପରେ ଗୁରୁତ୍ବ, ଶ୍ରମିକ -କୃଷକ ଏକତା କୁ ଶକ୍ତିଶାଳୀ କରିବା, କର୍ମଜୀବୀ ମହିଳା ମାନଙ୍କୁ ସ୍ବତନ୍ତ୍ର ଭାବେ ସଂଗଠିତ କରିବା, ବେକାରୀ ସମସ୍ୟା ଉପରେ ସଂଗ୍ରାମ, କୃତ୍ରିମ ବୁଦ୍ଧିମତା ର ଆହ୍ୱାନ ଉପରେ ପ୍ରସ୍ତାବମାନ ସମ୍ମିଳନୀ ରେ ସର୍ବସମ୍ମତିକ୍ରମେ ଗୃହିତ କରାଯାଇଛି। ଶେଷରେ ଆଗାମୀ ୩ ବର୍ଷ ପାଇଁ ଏକ ୭୩ ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଓ ୨୯ ଜଣିଆ କର୍ମକର୍ତ୍ତା କମିଟି ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଥିଲା। ସଭାପତି ଭାବେ ଜନାର୍ଦ୍ଦନ ପତି ଓ ସାଧାରଣ ସମ୍ପାଦକ ଭାବରେ ବିଷ୍ଣୁ ମହାନ୍ତି, କୋଷାଧ୍ୟକ୍ଷ ଭାବରେ ଉଲ୍ଲାସ ସ୍ଵାଇଁ,ଉପ ସଭାପତି ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଦୁଷ୍ମନ୍ତ ଦାସ,ପ୍ରମୋଦ ସାମଲ, ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ସତ୍ୟାନନ୍ଦ ବେହେରା, ପୂର୍ଣଚନ୍ଦ୍ର ପାଢ଼ୀ,ଲୋଭାକାନ୍ତ ସ୍ବାଇଁ, ଇନ୍ଦ୍ରମଣି ବେହେରା, ଦିବ୍ୟସିଂହ ନାୟକ,ଜଗତଜୀବନ ଦାସ, ଉପେନ୍ଦ୍ର ଶର୍ମା,ଇଷାନୀ ଷଡ଼ଙ୍ଗୀ, ସଂପାଦକ ଭାବେ ବସନ୍ତ ନାୟକ, ରମେଶ ଜେନା, ପୁଷ୍ପା ଦାଶ,ଅଭୟ ସ୍ବାଇଁ, ଶକୁନ୍ତଳା ମହାକୁଡ଼, ସୁରେଶ ରାଉତରାୟ, ପ୍ରଦୀପ୍ତ ନାୟକ, ପ୍ରଭାତ ପଣ୍ଡା,ପ୍ରଣୟ ନାୟକ,ହୃଦୟାନନ୍ଦ ଯାଦବ,ଏକାଦଶୀ ବେହେରା, ସୁରେଶ ସ୍ବାଇଁ,ଆନନ୍ଦମାସି ହରୋ ପ୍ରମୁଖ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି।

