ରାଉରକେଲା ୧୫/୧୨,(ଉତ୍କଳ ସମାଚାର) ରାଜସ୍ଥାନ ପରିଷଦର ଅମର ଭବନ ପରିସରରେ ଥିବା ସଭାଗୃହର ନବୀକରଣ କରାଯିବା ସହିତ ପ୍ରଥମ ପୃଷ୍ଠପୋଷକ ସ୍ୱର୍ଗତଃ କାଶୀ ପ୍ରସାଦ ଝୁନଝୁନୱାଲାଙ୍କ ନାମ ଅନୁସାରେ ସଭାଗୃହର ନାମ କାଶୀ ପ୍ରସାଦ ଝୁନଝୁନୱାଲାଙ୍କ ନାମରେ ସଭାଗୃହ ରଖାଯାଇ ଉଦ୍ଘାଟନ କରାଯାଇଛି। ଏହା ପରେ, ରାଜସ୍ଥାନ ପରିଷଦ ଦ୍ୱାରା ପ୍ରକାଶିତ ଅମର ସଂକଳ୍ପ ପତ୍ରିକାର ନୂତନ ସଂସ୍କରଣ ଆନୁଷ୍ଠାନିକ ଭାବରେ ସଭାଗୃହରେ ଉନ୍ମୋଚିତ କରାଯାଇଛି। ଉଭୟ କାର୍ଯ୍ୟକ୍ରମ ପୃଷ୍ଠପୋଷକ ଗୋପାଳ ବାଗାଡିଆ, ପୂର୍ବତନ ସଭାପତି ବଦ୍ରିନାରାୟଣ ମାହେଶ୍ୱରୀ, ଶୈଳେନ୍ଦ୍ର ମାରୋଥିଆ, ସନ୍ତୋଷ ଅଗ୍ରୱାଲ, ସମ୍ପାଦକ ସୁରେଶ କେଜରିୱାଲ, ପରିଷଦର ସଭାପତି ଯୁଗଳ ମାରୋଥିଆ, ଉପାଧ୍ୟକ୍ଷ ବିନୋଦ ନାରେଡି, କୋଷାଧ୍ୟକ୍ଷ ମୁକେଶ କେଡିଆ, ସହ-ସଚିବ ମନୋଜ ଅଗ୍ରୱାଲ, ବିନୟ ଶର୍ମା ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଅମର ସଂକଳ୍ପର ପୁନଃ ପ୍ରକାଶନରେ ସମସ୍ତେ ଖୁସିବ୍ଯକ୍ତ କରିଥିଲେ ଏବଂ ସଭାଗୃହର ସୌନ୍ଦର୍ଯ୍ୟକରଣକୁ ମଧ୍ଯ ପ୍ରଶଂସା କରିଥିଲେ।

