ରାଉରକେଲା ୧୫/୧୨,(ଉତ୍କଳ ସମାଚାର) ରବିବାର ସନ୍ଧ୍ୟାରେ ବି.ଟି.ବି ପବ୍ଲିକ୍ ସ୍କୁଲର ୫୩ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶା ମାଇନରିଟି ଆସୋସିଏସନର ଅଧ୍ଯକ୍ଷ ସର୍ଦ୍ଦାର ଗୁରୁବିନ୍ଦର ସିଂହ, ବି.ଟି.ବି. ପବ୍ଲିକ ସ୍କୁଲର ସଭାପତି ସର୍ଦ୍ଦାର ବଲଭିନ୍ଦର ସିଂହ, ସାଧାରଣ ସମ୍ପାଦକ ସର୍ଦ୍ଦାର ଦର୍ଣ୍ଣେଲ ସିଂହ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସ୍କୁଲର ଅଧ୍ୟକ୍ଷ ରଶ୍ମିକାନ୍ତ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ଵାରା ଅନେକ ମନୋରମ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସ୍କୁଲର ଉପାଧ୍ୟକ୍ଷା ଶ୍ରୀମତୀ ଟିଙ୍କୁ କୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ। ବି.ଟି.ବି ସ୍କୁଲର ଏହି ୫୩ତମ ବାର୍ଷିକ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଥିଲା।

