ରାଉରକେଲା:16//12,(ଉତ୍କଳ ସମାଚାର) ସନତ ରାୟ ସ୍ମୃତି କମିଟି ତରଫରୁ କଲ୍ଚରାଲ ଏକାଡେମୀ ଠାରେ କବି ସନତ ରାୟଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସ୍ମୃତି କମିଟିର ଆବାହକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ସ୍ମୃତିସଭାରେ ସଭାପତି ଭାବେ ଏକାଡେମୀ ର ସଭାପତି ପଶୁପତିନାଥ ଚାଟାର୍ଜୀ, ମୁଖ୍ୟ ଅତିଥି ଭାବେ ଆରଏସପିର ପ୍ରାକ୍ତନ ନିର୍ବାହୀ ନିର୍ଦ୍ଦେଶକ ଭାରତ ଭୁଷଣ ମହାନ୍ତି ତଥା ଆଲୋଚକ ଭାବେ ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରଧ୍ୟାପକ ଡ ଅଶ୍ବିନୀ କୁମାର ରାୟ ଓ ଇତିହାସ ବିଭାଗର ପ୍ରାକ୍ତନ ପ୍ରଧ୍ୟାପକ ଡ ପ୍ରଭାତ କୁମାର ମଲ୍ଲିକ ଯୋଗଦେଇ ଥିଲେ। ଉଭୟ ଆଲୋଚକ କବି ସନତ ରାୟଙ୍କ କବିତା ଓ ଅନ୍ୟାନ୍ୟ ସୃଷ୍ଟି ସମ୍ପର୍କରେ ଆଲୋଚନା କରି କହିଲେ ଯେ ଆଚରଣ ଓ ଉଚ୍ଚାରଣର ସମନ୍ୱୟତା ତଥା ତାଙ୍କର ଅଧିକାଂଶ କବିତା ଶାନ୍ତିପୂର୍ଣ୍ଣ ଓ ସହବସ୍ଥାନର କଥା କହିଛି। ସାହିତ୍ୟ ମୁକ୍ତିର ବାର୍ତ୍ତା ଦିଏ। ଯେଉଁ ଚରିତ୍ରକୁ ନେଇ କେହି କବିତା ଲେଖିନାହାନ୍ତି, ସେହି ଚରିତ୍ର ମାନେ ତାଙ୍କ କବିତାରେ ନାୟକ ନାୟିକା ଭାବେ ପରିପୁଷ୍ଟନ ହୋଇଛି। ମୁଖ୍ୟ ଅତିଥି ଇଂ ମହାନ୍ତି ସ୍ବର୍ଗତ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସହ ବିତାଇଥିବା ମୁହୁର୍ତ୍ତ କୁ ରୋମନ୍ଥନ କରିଥିଲେ। ଏହା ସହ ତାଙ୍କ ବକ୍ତବ୍ୟରେ କହିଲେ ଯେ ସତ କହୁଥିବା ଲୋକଙ୍କୁ କେହି ପଚାରନ୍ତି ନାହିଁ। ସଭାପତି ଶ୍ରୀ ଚାଟାର୍ଜୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ସ୍ବର୍ଗତ ରାୟଙ୍କ କବିତା ସ୍ବତନ୍ତ୍ର ଓ ଅନନ୍ୟ। ପ୍ରେମ କବିତା ହେଉ ପଛେ ଯେଉଁ କବିତା ରୁଟି ତଥା ସାମାଜିକ ଜୀବନର କଥା କହେ ତାହା ଦୀର୍ଘସ୍ଥାୟୀ ହୋଇପାରେ। ଆବାହକ ଶ୍ରୀ ମହାପାତ୍ର ପ୍ରାରମ୍ଭରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ କବି ସନତ ରାୟଙ୍କ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଯୁବକବି ହେମନ୍ତ ଦଳପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ କବିତା ଆସରରେ ଡା କୃପାସିନ୍ଧୁ ନାୟକ, ପ୍ରଶାନ୍ତ କୁମାର ପତି, ବଳରାମ ରାଉଳ, କୁଞ୍ଜବିହାରୀ ରାଉତ,ଧୋବେଇ ବେହେରା, ସଂଘମିତ୍ରା ମହାରଣା, ସୁଶାନ୍ତ କୁମାର ନାୟକ, ପ୍ରତାପ କୁମାର ପଣ୍ଡା, ମୀନକେତନ ପଶାୟତ, ତ୍ରିନାଥ ସିଂହ, ପରେଶ ବିଶ୍ବାଳ, ଅଙ୍ଗୁରବାଳା ପରିଡ଼ା, ଗଙ୍ଗାଧର ପୁହାଣ, ଗୀତାରାଣୀ ବେହେରା, ଅଶୋକ ପଟ୍ଟନାୟକ, ଧନଞ୍ଜୟ ମଲ୍ଲିକ, ଭାରତ ଭୁଷଣ ମହାନ୍ତି ଓ ସୁସ୍ମିତା ମହାପାତ୍ର ପ୍ରମୁଖ କବିତା ପାଠ କରିଥିଲାବେଳେ ଶେଷରେ ପ୍ରତାପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଗଗନ ବିହାରୀ ଧଳ, ସୁକାନ୍ତି ତ୍ରିପାଠୀ, ସ୍ବର୍ଣ୍ଣଲତା ରାୟ, ସୁରେଶ ଶତପଥୀ, ବାସୁଦେବ ସାହୁ, ବ୍ରଜେନ୍ଦ୍ର ଦାଶ, ପ୍ରଶାନ୍ତ ବେହେରା, ସଞ୍ଜୀବ ଭୋଇ, ଶ୍ରୀଧର ସୁନା, ସୁକାନ୍ତ ମହାପାତ୍ର, ଅଭିରାମ ପ୍ରଧାନ, ଅଶୋକ ରାଉତ, କାଶୀନାଥ ନନ୍ଦୀ, ଅକ୍ଷୟ ସାମଲ, ବିଜୟିନୀ ଜେନା, ଦେବସ୍ମିତା ମହାନ୍ତି,ନଗେନ ଦାସ, ନିରୁପମା ନାୟକ, ସବିତା ପରିଡା, ରାଧାମୋହନ ନାୟକ, ରୋଜାଲିନ ମଲ୍ଲିକ, ଶୁଭ ସ୍ମିତା ସାହୁ, ଗୈ।ତମ ଦାସ, ଲକ୍ଷ୍ମୀକାନ୍ତ ମହାପାତ୍ର, ଭଗବାନ ପରିଡ଼ା, ପ୍ରବୀର କୁମାର ଦୁବେ, ମନୋରମା ସାହୁ, ଦେବେନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

