ରାଉରକେଲା;16//12,(ଉତ୍କଳ ସମାଚାର)ସହରର ଅଗ୍ରଣୀ ସାମାଜିକ ସଂଗଠନ ନାଗ୍ରା ତନ୍ତୀ ସମାଜ ର ଆଗାମୀ ତିନି ବର୍ଷ ପାଇଁ ନୂତନ ସଭାପତି ଓ ସମ୍ପାଦକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନ ସଭାପତି ରୂପେ ଯୁବ ସମାଜସେବୀ ତଥା ନାଗ୍ରା ତନ୍ତୀ ସମାଜ ର ସକ୍ରୀୟ ସଦସ୍ୟ ସନ୍ତୋଷ ତନ୍ତୀ ତାଙ୍କ ର ଦୁଇ ପ୍ରତିଦ୍ବନ୍ଦୀ ଙ୍କୁ ମାତ୍ ଦେଇ ଏକତରଫା ଭାବେ ବିଜୟୀ ଲାଭ କରିଛନ୍ତି। ସେହିପରି ସମ୍ପାଦକ ପଦବୀ ରେ ଉପେନ୍ଦ୍ର ପାତ୍ର ତାଙ୍କ ର ନିକଟତମ ପ୍ରତିଦ୍ବନ୍ଦୀ ଙ୍କୁ ଢେର ପଛରେ ପକାଇ ଏକତରଫା ଭାବେ ବିଜୟୀ ହୋଇଥିଲେ। ଉଭୟ ସଭାପତି ସନ୍ତୋଷ ତନ୍ତୀ ଓ ସମ୍ପାଦକ ଉପେନ୍ଦ୍ର ପାତ୍ର ଆଗାମୀ ତିନି ବର୍ଷ ସମାଜର ମଙ୍ଗ ଧରିବେ।ଆଜି ସକାଳ ୧୦ ଘଟିକା ରେ ସେକ୍ଟର ୧୬ ସ୍ଥିତ ନାଗ୍ରା ତନ୍ତୀ ସମାଜ କାର୍ଯ୍ୟାଳୟ ରେ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା।ବିଦ୍ୟାଧର ତନ୍ତୀ ଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ କମିଟି ରେ ଗୋବିନ୍ଦ ତନ୍ତୀ ନିର୍ବାଚନ ଅଧିକାରୀ ଓ ୫ ଜଣିଆ କମିଟି ସଦସ୍ୟ ମଧ୍ୟରେ ବିନୋଦ ତନ୍ତୀ,ରତନ ତନ୍ତୀ,ରାଜୁ ଜୟପୂରିଆ,ମଦନ ତନ୍ତୀ ଓ ଅନୀଲ ତନ୍ତୀ ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ।ସମାଜର ୩୦୬ ଜଣ ସଦସ୍ୟ ଏହି ନିର୍ବାଚନ ରେ ନିଜର ମତ ସାବ୍ୟସ୍ତ କରିଥିଲେ। ସଭାପତି ପଦ ପାଇଁ ତିନି ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନ ରେ ଥିବା ବେଳେ ସନ୍ତୋଷ ତନ୍ତୀ ୨୩୬ ଖଣ୍ଡ, ସଂକୀର୍ତ୍ତନ ଜୟପୂରିଆ ୫୩ ଖଣ୍ଡ ଓ ଗଜେନ୍ଦ୍ର ତନ୍ତୀ ମାତ୍ର ୯ ଖଣ୍ଡ ଭୋଟ ପାଇଥିଲା ବେଳେ ୮ ଖଣ୍ଡ ଭୋଟ ନାକଚ ହୋଇଥିଲା। ସନ୍ତୋଷ ଏକତରଫା ଭାବେ ବିଜୟୀ ହୋଇଥିଲେ। ସେହିପରି ସମ୍ପାଦକ ପଦବୀ ରେ ଦୁଇଜଣ ପ୍ରାର୍ଥୀ ଉପେନ୍ଦ୍ର ପାତ୍ର ଓ ସୁନୀଲ ବାଙ୍କୁରା ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଉପେନ୍ଦ୍ର ପାତ୍ର ୨୩୫ ଖଣ୍ଡ ଭୋଟ ପାଇଥିବା ବେଳେ ସୁନୀଲ ବାଙ୍କୁରା ମାତ୍ର ୬୭ ଖଣ୍ଡ ଭୋଟ ପାଇଥିଲେ ଓ ୪ ଖଣ୍ଡ ଭୋଟ ନାକଚ ହୋଇଥିଲା। ଉପେନ୍ଦ୍ର ପାତ୍ର ଏକତରଫା ଭାବେ ବିଜୟୀ ହୋଇଥିଲେ। ଆଜି ନିର୍ବାଚନ ବେଶ୍ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିଲା ବେଳେ ସମାଜର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ। ବିଜୟୀ ପରେ ଉଭୟ ନୂତନ ସଭାପତି ସନ୍ତୋଷ ଓ ସମ୍ପାଦକ ଉପେନ୍ଦ୍ର ଙ୍କୁ ପୁଷ୍ପଗୁଚ୍ଛ, ଫୁଲହାର ଓ ଉତ୍ତରୀୟ ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆତସବାଜି, ବାଜା ଓ ନାଚ ମଧ୍ୟରେ ନାଗ୍ରା ତନ୍ତୀ ସମାଜ କାର୍ଯ୍ୟାଳୟ ବେଶ୍ ଚଳଚଞ୍ଚଳ ହୋଇପଡିଥିଲା ଉଭୟ ସଭାପତି ସନ୍ତୋଷ ତନ୍ତୀ ଓ ସମ୍ପାଦକ ଉପେନ୍ଦ୍ର ପାତ୍ର ନିଜର ପ୍ରତିକ୍ରିୟା ଦେଇ କହିଥିଲେ।

