ରାଉରକେଲା ୨୨/୧୨(ଉତ୍କଳ ସମାଚାର):: ଗତ ଗଣେଶ ପୂଜା, ରାକ୍ଷୀ ପୂର୍ଣ୍ଣିମା ଓ ଦଶହରା ସମୟରେ ଗୋଟିଏ ବାଲେନୋ ଗାଡିରେ ନକଲି ନମ୍ବର ପ୍ଲେଟ୍ ଲଗାଇ ରାଉରକେଲା ସହରର ସେକ୍ଟର-୧୯ ଏବଂ ସେକ୍ଟର-୭ ଥାନା ଅଞ୍ଚଳରୁ ହୋଇଥିବା ଚୋରି ମାମଲାର ତଦନ୍ତ କରି ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ସ୍ବୀକାରୋକ୍ତି ଆଧାରରେ ଝାଡ଼ଖଣ୍ଡରୁ ବିପୁଳ ପରିମାଣର ସୁନା ଓ ହୀରା ଗହଣା ଜବତ କରାଯାଇଛି। ଜବତ ହୋଇଥିବା ଏହି ସମସ୍ତ ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୧୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଜାମସେଦପୁରର ଶଙ୍ଖ କୁମାର ସିଂ (୪୫) ଏବଂ ଅଙ୍କିତ ରାଜ କୁମାର (୨୧)। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ସୁନା ମଙ୍ଗଳସୂତ୍ର, ୨ଟି ସୁନା ଚେନ୍, ୯ଟି ସୁନା ମୁଦି, ୪ ଯୋଡ଼ା କାନଫୁଲ ଏବଂ ଗୋଟିଏ ହୀରା ମୁଦି ଜବତ କରିଛି।
ପୋଲିସର ସୂଚନା ଅନୁସାରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଶମ୍ଭୁ ସିଂ ନାମରେ ୨୦୧୨ ମସିହାରୁ ଓଡ଼ିଶା ଏବଂ ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ୧୨ରୁ ଅଧିକ ମାମଲା ରହିଛି ।
ରାଉରକେଲା ସେକ୍ଟର-୧୯ ଥାନା କେସ୍ ନମ୍ବର-୧୭୮/୨୫, ୧୭୯/୨୫ ତାରିଖ ୨୬.୦୯.୨୫ ଡି/ଏସ୍ ୩୩୧(୩)/୩୦୫(କ) ବିଏନ୍ଏସ୍ ଧାରା ୩୩୧(୩)/୩୦୫(କ)/୩୧୭(୨)/୩୩୬(୨)/୩୩୬(୩)/୩୪୦(୨)/୩୪୫(୩)/୨୩୮/୩(୫) ବିଏନ୍ଏସ୍ ଧାରା ୧୯୨ ଏମ୍.ଭି ଆକ୍ଟ ଅନୁଯାୟୀ ମାମଲା ଏବଂ ସେକ୍ଟର-୭ ଥାନା କେସ୍ ନମ୍ବର-୧୮୭ ତାରିଖ ୨୭.୦୮.୨୫ ଓ କେସ୍ ନମ୍ବର-୧୯୧ ତାରିଖ ୩୦.୦୮.୨୫ ଡି/ଏସ୍ ୩୩୧(୩)/୩୦୫(୨)/୩(୫) ବିଏନ୍ଏସ୍ ଧାରା ୩୩୧(୩)/୩୦୫(କ)/୩(କ) ଅନୁଯାୟୀ 331(3)/305(a)/317(2)/336(2)/336(3)/340(2)/345(3)/238/3(5) BNS r/w ଧାରା 192 M.V ଆଇନ।
ଏହି ସମସ୍ତ ମାମଲାର ପୋଲିସ୍ ତଦନ୍ତ ଜାରି ରଖି, ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ନିଆଯାଇଥିଲା ଏବଂ ତାଙ୍କର ସ୍ୱୀକାରୋକ୍ତି ପରେ ସେକ୍ଟର-୧୯ ଥାନା ଝାଡ଼ଖଣ୍ଡରେ ଅଭିଯୁକ୍ତଙ୍କ ଘରୁ ଅଧିକ ଚୋରି ସୁନା ଏବଂ ହୀରା ଅଳଙ୍କାର ଜବତ କରିଯାଇଥିଲା।
ଏହି ଘଟଣାରେ ପୋଲିସ ପକ୍ଷରୁ ଜବତ କରାଯାଇଥିବା ସମସ୍ତ ସୁନା ଅଳଙ୍କାରକୁ ତାଙ୍କର ଦାବୀଦାରଙ୍କୁ ହସ୍ତାନ୍ତର କରାଯିବ ବୋଲି ରାଉରକେଲା ପୋଲିସ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜୋନ୍-୧ ଡିଏସପି ଯୋଗେଶ୍ଵର ପଣ୍ଡାଙ୍କ ସମେତ ସେକ୍ଟର-୧୯ ଆଇଆଇସି ରଞ୍ଜନ କୁମାର ନାୟକ, ଏସ୍ଆଇ ରାଜେଶ ବେହେରା, ସେକ୍ଟର-୭ ଥାନା ଆଇଆଇସି ରବିନ୍ଦ୍ର ପାତ୍ର, ଏସ୍ଆଇ ରଂଜିତ କୁମାର ପ୍ରଧାନ ଏବଂ ଏଏସ୍ଆଇ ରଞ୍ଜିତା ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
