ରାଉରକେଲା ୨୨/୧୨(ଉତ୍କଳ ସମାଚାର):ଆଉ ଦୁଇଦିନ ରହିଲା ଖ୍ରୀଷ୍ଟମାସ ବା ବଡଦିନ। ବଜାରର ଖ୍ରୀଷ୍ଟମାସ ସାମଗ୍ରୀ ସଜାଯାଇଥିବା ଦୋକାନଗୁଡ଼ିକରେ ଭିଡ଼ ଦେଖିବାକୁ ମିଳୁଛି। ଖ୍ରୀଷ୍ଟମାସ ଏବଂ ବଡ଼ଦିନ ପାଇଁ ରାଉରକେଲା ସହରର ସାଜସଜ୍ଜା ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଆଉ ୨ ଦିନ ପରେ, ଚର୍ଚ୍ଚଗୁଡ଼ିକରେ ବଡ଼ ଆଡମ୍ବରରେ ଖ୍ରୀଷ୍ଟମାସ ପର୍ବ ପାଳନ କରାଯିବ। ଯାହା ପାଇଁ ରାଉରକେଲା ଇସ୍ପାତ ସହରର ଝିରପାଣି ଚର୍ଚ୍ଚ ସମେତ ଅନ୍ୟାନ୍ୟ ଚର୍ଚ୍ଚରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନ୍ୟପକ୍ଷରେ, ରେଲୱେ କଲୋନୀ, ସିଭିଲ୍ ଟାଉନସିପ୍, ହମିରପୁର, କୁଆଁରମୁଣ୍ଡା, ବୀରମିତ୍ରପୁର, ରାଜଗାଙ୍ଗପୁର ସମେତ ଅନ୍ୟାନ୍ୟ ସ୍ଥାନର ଚର୍ଚ୍ଚଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଉରକେଲା ଇସ୍ପାତ ସହର ସମେତ ବଜାରରେ ରଙ୍ଗୀନ ଆଲୋକ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ସହିତ ସଜାଯାଇଥିବା ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। ବିଶେଷକରି, ସାଣ୍ଟା କ୍ଲଜ୍, ଖ୍ରୀଷ୍ଟମାସ ଟ୍ରୀ, ତାରା ଏବଂ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀ କିଣାଯାଉଛି। ଖ୍ରୀଷ୍ଟମାସ ଯୋଗୁଁ ରାଉରକେଲା ସହରର ଡେଲି ମାର୍କେଟ, ଟ୍ରାଫିକ୍ ମାର୍କେଟ, ବାସନ୍ତୀ ମାର୍କେଟ, ଛେଣ୍ଡ ଭିଏସ୍ଏସ୍ ମାର୍କେଟ, ପାନପୋଷ ମାର୍କେଟ, ତରକେରା, ଦେଓଗାଁ ମାର୍କେଟ, ବେଦବ୍ୟାସ ମାର୍କେଟ, ଆମବାଗାନ ମାର୍କେଟ, ଇସ୍ପାତ ମାର୍କେଟ, ସେକ୍ଟର-୧୮ ମାର୍କେଟ ଏବଂ ଅନ୍ୟାନ୍ୟ ବଜାରରେ ଭିଡ଼ ଦେଖିବାକୁ ମିଳୁଛି।

