ରାଉରକେଲା:23//12,(ଉତ୍କଳ ସମାଚାର), ଚଳିତ ଡିସେମ୍ବର ୨୪ ଓ ୨୫ ତାରିଖ ଦୁଇଦିନ ଧରି ସିଭିଲ୍ ଟାଉନସିପ୍ ଏଲଆଇସି ପଡିଆରେ ଆୟୋଜିତ ହେବାକୁ ଯାଉଛି ଲାୟନ୍ସ ଫେଟ୍। ଲାୟନ୍ସ କ୍ଲବ ଅଫ୍ ରାଉରକେଲା ବେଦବ୍ୟାସ ପକ୍ଷରୁ ସିଭିଲ୍ ଟାଉନ୍ ସିପ୍ ଲାୟନ୍ସ ଆଇ ହସ୍ପିଟାଲ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଲାୟନ୍ସ କ୍ଲବ ଅଫ୍ ରାଉରକେଲା ବେଦବ୍ୟାସ ଦ୍ୱାରା ଲାୟନ୍ସ ଫେଟ୍-୨୦୨୫ ବିଷୟରେ ସୂଚନା ଦେଇ କୁହାଯାଇଛି ଯେ, ଲାୟନ୍ସ କ୍ଲବ ପକ୍ଷରୁ ବିଭିନ୍ନ ସାମାଜିକ ସେବା ପ୍ରକଳ୍ପକୁ ସହାୟତା କରିବା ପାଇଁ ଏହି ମେଗା କାର୍ନିଭାଲ୍ ଏବଂ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଲାୟନ୍ସ ଫେଟ୍ ୨୦୨୫ ଆୟୋଜନ କରାଯାଉଛି। ୨୦୨୫ ଡିସେମ୍ବର ୨୪ ଓ ୨୫ ତାରିଖରେ ରାଉରକେଲାର ସିଭିଲ୍ ଟାଉନସିପ୍ ସ୍ଥିତ ଏଲଆଇସି ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ଲାୟନ୍ସ ଫେଟ୍ ୨୦୨୫। ଏହି ପରିପ୍ରେକ୍ଷୀରେ ଲାୟନ୍ସ ଫେଟର ମୁଖ୍ୟ ଉଦ୍ଦେଶ୍ୟ, ବିଶେଷ ଆକର୍ଷଣ ଏବଂ ଚାଲୁଥିବା ସେବା ବିଷୟରେ ସୂଚନା ଦେଇ ଲାୟନ୍ସ କ୍ଲବର ସଭାପତି ଲାୟନ (ସିଏ) ପଓ୍ବନ ଅଗ୍ରୱାଲ, ସମ୍ପାଦକ ଲାୟନ ବିକାଶ ବିନ୍ଦଲ, ମିଡିଆ ଆଡଭାଇଜର ଲାୟନ ସୁରେଶ କେଜରିୱାଲ, ଫେଟ୍ ଚେୟାରମ୍ଯାନ ଲାୟନ ରାଜେଶ ଅଗ୍ରୱାଲ, ଫେଟ୍ କୋ-ଚେୟାରମ୍ଯାନ ଲାୟନ ହିତେଶ ବୋଥରା, ଉପସଭାପତି ଲାୟନ ମନୋଜ ଅଗ୍ରୱାଲ ପ୍ରମୁଖ କହିଥିଲେ ଯେ, ସିଭିଲ୍ ଟାଉନସିପ୍ ସ୍ଥିତ ଏଲଆଇସି ଗ୍ରାଉଣ୍ଡରେ ଆୟୋଜିତ ଲାୟନ୍ସ ଫେଟ୍ ୨୦୨୫ରେ ୬୯ଟି ଷ୍ଟଲ ରହିବ। ସେଥିମଧ୍ୟରୁ ଫୁଡ୍ ଷ୍ଟଲ ଏବଂ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଖେଳ ଷ୍ଟଲ ମଧ୍ଯ ରହିବ। ଡିସେମ୍ବର ୨୪ ତାରିଖ ଦିନ ମୁଖ୍ଯ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ସମ୍ମାନୀୟ ଅତିଥି ଭାବେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଡିସେମ୍ବର ୨୫ ତାରିଖ ଦିନ ଲାୟନ୍ସ ଫେଟ୍ ୨୦୨୫ରେ ମୁଖ୍ୟ ଅତିଥି ଲାୟନ୍ସ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ମମତା ଗୌତମ, ସମ୍ମାନୀୟ ଅତିଥି ଭାବେ ଲାୟନ ଚାଟାର୍ଜୀ ଏବଂ ଲାୟନ ଦୁର୍ଗେଶ ନନିବିଶ୍ବା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଫେଟ୍ ସନ୍ଧ୍ୟା ୬ଟା ଠାରୁ ରାତ୍ର ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି। ଏହି ଫେଟ୍ ସନ୍ଧ୍ୟା ୬ଟା ଠାରୁ ରାତ୍ର ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି।

