ରାଉରକେଲା:24//12,(ଉତ୍କଳ ସମାଚାର) ପରିବାର କହିଲେ ପତି ଜ୍ଞାନ ଓ ପତ୍ନୀ ଛାୟା,ସେମାନଙ୍କର ସନ୍ତାନଟିଏ ହେଉ ନ ଥିବାରୁ ଦୁଃଖରେ ଦିନ କାଟୁଥିଲେ। ଅକସ୍ମାତ ଏକ ଦୁର୍ଘଟଣା ଯୋଗୁଁ ଜ୍ଞାନ ଗୋଟେ ଗୋଡ ହରାଇଥବା ଯୋଗୁଁ ଚାକିରି ହରାଇ ଘରେ ବସିବାକୁ ବାଧ୍ୟ ହେଲେ,ଅନ୍ୟ ପକ୍ଷେ ପତ୍ନୀ ଛାୟା ଚାକିରୀ କଲେ । ମଝିରେ ମଝିରେ ଜ୍ଞାନର ଜଣେ ସାଂଗ ଜୟନ୍ତ ତାଂକ ଘରକୁ ଯିବା ଆସିବା କରୁଥିଲେ। କ୍ରମଶଃ ଛାୟା ସହ ଜୟନ୍ତର ଅନ୍ତରଂଗତା ବଢିବା ଦେଖି ବଂଧୁ ଭାବରେ ଜୟନ୍ତ ଛାୟାକୁ ବିବାହ କରିବାପାଇଁ ପ୍ରସ୍ତାବ ଦିଅନ୍ତି । ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଚାଲିଯା’ନ୍ତି ଜୟନ୍ତ ।ପରିଶେଷରେ ଗୋଟିଏ କୋର୍ଟ କାଗଜରେ ଜ୍ଞାନ ଛାୟାଙ୍କୁ ଛାଡପତ୍ର ଦେବାପାଇଁ ଗୋଟେ କୋର୍ଟ କାଗଜରେ ଲେଖେଇ ନିଜ ଘର ଟେବୁଲ ଉପରେ ରଖି ଦେଇ ଶୋଇ ପଡିଲେ ଯାହାକୁ ଛାୟା ପରେ ଦେଖି ଚକିତ ହୋଇ ସେ କାଗଜକୁ ଚିରି ଦେଲେ ଓ ଜ୍ଞାନଙ୍କୁ ଉଠାଇ ତାଙ୍କୁ କ୍ଷମା ମାଗିବା ସହ ବିନା ସନ୍ତାନରେ ଦୁହେଁ ଛାଡପତ୍ର ନ ଦେଇ ହସ ଖୁସିରେ ରହିବେ ବୋଲି କହିଲେ । ନାଟକ ମଧ୍ୟାନ୍ତରରେ ସମର୍ପଣ ଓ ତ୍ୟାଗର କଥା ଦର୍ଶାଯାଇଛି । ଅଜୟ ରୋଷନଙ୍କ ନିର୍ଦ୍ଦେଶନା,ଶିବଙ୍କ ସଂଗୀତ ସଂଯୋଜନା,ନବ୍ୟାଙ୍କ ଆଲୋକ ସଂପାତ ,ଜ୍ୟୋତିଙ୍କ ରୂପସଜ୍ଜା ଓ ଗୋପାଲ,ଗୌତମ,ଉଜ୍ଜ୍ବଲ,ଅମନଙ୍କ ମଂଚ ସଜ୍ଜାରେ ମଂଚସ୍ଥ ହୋଇଥିଲା ନାଟକ ।ଦର୍ଶକ ଉପଭୋଗ କରିଥିଲେ ନାଟକ ।୨୪ଡିସେମ୍ବର ସଂଧ୍ୟାରେ କୋଲକତାର ଗୋବରଦଂଗା ଶିଳ୍ପାୟନ ପରିବେଷଣ କରିବେ ବଂଗଳା ଭାଷାର ନାଟକ “ଉତ୍ତମ ପୁରୁଷ “।କାର୍ଯ୍ୟକ୍ରମକୁ ସଂଚାଳନ କରୁଥିଲେ ଝିଲିମା ମହାନ୍ତି ଓ ସହଯୋଗ କରୁଥିଲେ କ୍ଷୀରୋଦ ବାଡତ୍ୟା,ଶିଶିର ମୁଦାଲି,ରମେଶ ଗୌଡ,ଅମୂଲ୍ୟ ବେହେରା,କ୍ରିଷ୍ନା ସିଂ,ସୁଦିଶ ମିଶ୍ର,ରାଜେଶ ବେହେରା ।

