ରାଉରକେଲା:25//12,(ଉତ୍କଳ ସମାଚାର)ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଓ ରାଉରକେଲା ସାହିତ୍ଯ ସଂସଦର ମିଳିତ ଆନୁକୂଲ୍ଯରେ ଶୀତ କବିତା ଆସର ହିମ ଦରବାର ଛେଣ୍ଡ୍ ସ୍ଥିତ ଧାମରା ସଂଘ ପରିସରରେ ଅନୁଷ୍ଠିତ ହୋଇ ଯାଇଛି | ଅନିଲ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷାବିତ ଗିରିଜା ଶଙ୍କର ଗୋସ୍ବାମୀ ମୁଖ୍ଯବକ୍ତା ଭାବେ ଯୋଗଦାନ କରିଥିଲେ | ବରେଣ୍ଯ ଅତିଥି ଭାବେ ବିଶିଷ୍ଟ କଥା ଶିଳ୍ପି ହାଡିବନ୍ଧୁ ମହାକୁଡ୍, ସଂସଦର ସଂପାଦକ ବିଜୟ କୁମାର୍ ସାହୁ, ନୟାଗଡ ଲେଖକ ପରିଷଦର ସାଧାରଣ ସଂପାଦକ ଶେଖ୍ ଅବଦୁଲ୍ ଖାଲିକ୍ , ପରିଷଦର ସଭାପତି ପ୍ରଧାନି ବ୍ରୁନ୍ଦାବନ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପୁରସ୍କାର ପ୍ରଦାନ କରାଯାଇଥିଲା | ସଂସଦର ଉପ ସଭାପତି ରମେଶଚନ୍ଦ୍ର ବାରିକ ଧନ୍ଯବାଦ ଅର୍ପଣ କରିଥିଲେ | ଦ୍ବିତୀୟ ପର୍ଯ୍ଯାୟ କବିତା ଆସରରେ ଜୀବେଶ୍ବରୀ ପଟେଲ ସଭାପତିତ୍ବ କରିଥିଲା ବେଳେ ଡ.ସୁକାନ୍ତି ମହାନ୍ତି ସମ୍ମାନିତ ଅତିଥି , କବି ଅଶୋକ କୁମାର ମଲ୍ଲ,କବୟିତ୍ରୀ ନୀଳିମା ନନ୍ଦ,କବୀ ନିରୁପମା ନାୟକ,କବୀ ସବିତା ପରିଡାଙ୍କ ସଂଯୋଜନାରେ କବି ମାନେ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୁଶାନ୍ତ ନାୟକ ସହଯୋଗ କରିଥିଲେ।

