ପାପଡାହାଣ୍ଡି,26/12,(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସିରସୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଳପୁର ଗ୍ରାମ ରଜନୀ ଶାସମଳ ଙ୍କ ଘର ପରିସର ଠାରେ କୋଟପାଡ଼ ଉଚ୍ଚ ବିଦ୍ୟାଳୟ ର 1978 ମସିହା ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.ପୂର୍ବତନ ଛାତ୍ର ଗୁପ୍ତ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିରୂପେ ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ, ପୂର୍ବତନ ପୋଣ୍ଡିକୋଟ ସରପଞ୍ଚ ଶିବ ପ୍ରସାଦ ଅଗ୍ରୱାଲ ମୁଖ୍ୟ ବକ୍ତା ନିରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ.ଏହି କାର୍ଯ୍ୟକ୍ରମ ରେ କୋଟପାଡ଼ ଉଚ୍ଚ ବିଦ୍ୟାଳୟ ର 1978 ମସିହା ର 41 ଜଣ ପୂର୍ବତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ. ଏହି ଅବସର ରେ ନିଜ ବାଲ୍ୟକାଳ ମନେ ପକାଇବା ସହ ନିଜ ନିଜ ଜୀବନ ଯାପନ କୁ ନେଇ ଚର୍ଚ୍ଚା କରିଥିଲେ. ଆଗାମୀ ଦିନ ପାଇ ଉଜ୍ଜଲ ଭବିଷ୍ୟତ କାମନା କରିଥିଲେ. ସମାଜ ରେ କିଛି ଭଲ କାମ କରିବା ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇ ଆଲୋଚନା କରିଥିଲେ.ସମସ୍ତ ସଦସ୍ୟ ନିଜ ନିଜ ଜୀବନ କାହାଣୀ ବିଷୟ ରେ ଜଣେଇଥିଲେ. ଏହି କାର୍ଯ୍ୟକ୍ରମ କୁ ରଜନୀକାନ୍ତ ଶାସମଳ ପରିଚାଳନା କରିଥିଲେ
ବିଜୟ କୁମାର ପ୍ରଧାନ, ଡି . ନାରାୟଣ ରାଓ,ଏସ. ଚନ୍ଦ୍ର ରାଓ, ପ୍ରମୋଦ କୁମାର ସତପତି, ଅଶୋକ ମିଶ୍ର, ଗୁପ୍ତ ବିଷୋୟୀ, ଭାବନୀ ପଟ୍ଟନାୟକ, ଗୌରୀ ପଟ୍ଟନାୟକ, ହରିଶଚନ୍ଦ୍ର ପଟ୍ଟନାୟକ, ଟଙ୍କ ମାଳି, ମାଧୁରୀ ତ୍ରିପାଠୀ, ସୁରେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ.

